DIstrictEducationHealthMalkangiriNationOdishaPolitics

ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ,୪ ଗିରଫ

ମାଲକାନଗିରି,୨୨/୭: ମାଲକାନଗିରି ସଦର ମହକୁମାର ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ମାଲକାନଗିରି ଏସପି ବିନୋଦ ପାଟିଲ ଗଣ ମାଧ୍ୟମ କୁ ଅବଗତ କରାଇଛନ୍ତି ଯେ ଏହା ଏକ ଗଣଦୁଷ୍କର୍ମର ଘଟଣା। ମାଲକାନଗିରି ଠାରୁ ୧୦ କିମି ଦୂର ମାଲକାନଗିରି-ଜୟପୁର ରାସ୍ତାର ବିଜା ଘାଟି ନିକଟରେ ଏହି ଦୁଷ୍କର୍ମ ଘଟଣା ଘଟିଛି। ମାଲକାନଗିରି ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଗତ ରବିବାର ସନ୍ଧ୍ୟାରେ ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲା ବେଳେ ସେ କିନ୍ତୁ ଘରକୁ ଫେରିନଥିଲା। ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅଟିକୁ ପାଇ ନଥିଲେ।

ରାତିରେ ବିଜାଘାଟିର ସ୍ଥାନୀୟ ଲୋକେ ଜାତୀୟ ରାଜପଥ- ୩୨୬ ନିକଟରେ ନାବାଳିକାଙ୍କୁ ଏକ ଟ୍ରକ ଡ୍ରାଇଭର ସହ ସନ୍ଦେହଜନକ ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ। ଫଳରେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭର ଭୟ ସହିତ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇ ଥିଲା
ବେଳେ ଆଉ ୩ ଜଣ ଯୁବକ ମଧ୍ୟ ପୀଡ଼ିତ ସହିତ ଦୁଷ୍କର୍ମ କରିଥିଲେ। ସେହି ୩ ଜଣ ଯୁବକ ମାଲକାନଗିରି ସଦର ମହକୁମାର ବୋଲି ଜଣା ପଡିଛି। ଫଳରେ ପୋଲିସ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ରେ ସକ୍ଷମ ହୋଇଛି। ପୀଡିତା
ନାବାଳକକୁ ଡାକ୍ତର ମାଇନା ପରେ ସ୍ଥାନୀୟ ଶକ୍ତି ସଦନ ଆଶ୍ରୟସ୍ଥଳୀରେ ରଖାଯାଇଛି। ବର୍ତ୍ତମାନ ପୀଡ଼ିତର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସୁସ୍ଥ ହେଲା ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ପୀଡିତା ନାବାଳିକା ର ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଆଇପିସି ଓ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି।
ଏହି ଘଟଣା ପ୍ରଘଟ ହେବା ପରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ଓ କଂଗ୍ରେସର କର୍ମକର୍ତ୍ତାମାନେ ପହଞ୍ଚି ଥାନା ନିକଟରେ ବିଭିନ୍ନ ନାରାବାଜି କରିଥିବା ବେଳେ ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ବିଜେଡ଼ିର କର୍ମକର୍ତ୍ତା
ମାନେ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ ଦାବି କରିଛନ୍ତି। ବର୍ତ୍ତମାନ ରାଜନୈତିକ ମହଲରେ ଏହି ଦୁଷ୍କର୍ମ ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button