
ଭଞ୍ଜନଗର, ୨୧/୭ : ଘୁମୁସର ଉନ୍ନୟନ ମଞ୍ଚ ଓ ଘୁମୁସର ବିକାଶ ପରିଷଦ ତରଫରୁ ପ୍ରାକ୍ତନ ଅଧକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଟ ଆଇନ ଜୀବୀ ସୋମନାଥ ନାୟକ, ବାର୍ଡ ସମ୍ପIଦକ ପ୍ରକାଶ ଚନ୍ଦ୍ର ସାହୁ,ବରିଷ୍ଟ ନାଗରିକ ମଞ୍ଚ ସମ୍ପାଦକ ରବିନାରାୟଣ ସାମନ୍ତ, ବିଶିଷ୍ଟ ସମାଜସେବୀ ମହେଶ ମହାନ୍ତି ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତକରି
ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି। ସଂସ୍କୃତି ବିଭାଗକୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବି ବୋଲି ଶ୍ରୀମତୀ ପାଢ଼ୀ ପ୍ରତିଶୃତି ଦେବା ସହ ଏପରି ଯୋଗଜନ୍ମା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ମୁ ସବୁଠାରୁ ଖୁସି ହେବି ବୋଲି କହିଥିଲେ।