
ଭଞ୍ଜନଗର, ୨୧/୭ : ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ପୂର୍ବତନ ଛାତ୍ର ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ଡା. ଦିଲ୍ଲୀପ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।
ବୃକ୍ଷ ବିନା ମାନବ ସମାଜ ନିଷ୍କ୍ରିୟ ତେଣୁ ବାୟୁମଣ୍ଡଳ ରେ କମିଯାଉଥିବା ଅମ୍ଳଜାନର ପରିମାଣ ରେ ଶିଥିଳତା ଆଣିବାକୁ ହେଲେ ଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ଖୁଣ୍ଟିଆ ମନ୍ତବ୍ୟ ଦେଇଥିଲେ।
ମହାବିଦ୍ୟାଳୟ ର ଚତୁର୍ପାଶ୍ୱ ରେ ଏବଂ ମଧ୍ୟ ଭାଗରେ ଥିବା ସ୍ଥାନ ଗୁଡିକ ରେ ଚାରା ରୋପଣ ହୋଇଥିଲା। କାର୍ଯ୍ୟକ୍ରମ ରେ ଅକ୍ଷୟ କୁମାର ସାହୁ, ଶ୍ରୀବଛ ଵାଲା, କେ.ପ୍ରକାଶ ରେଡି,ପୁରାତନ ଛାତ୍ର ସଂଘ ସମ୍ପାଦକ ଦୀପକ କୁମାର ଜେନା, ସାଇରାମ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଆସିଓ ସବର, ନକୁଳ କୁଡ଼ିଙ୍ଗି, ହେମନ୍ତ ନାୟକ, ମହେନ୍ଦ୍ର ନାୟକ,
ରବୀନ୍ଦ୍ର ଚୌଧୀରି, ବିଶ୍ୱଜିତ ହୋତା, ସୁରଜ ବିଶ୍ୱାଳ, ଆଶୁତୋଷ ନାୟକ, ଆଦ୍ୟାସା, ପାପୁ ପ୍ରଧାନ, ଅରୋବିନ୍ଦ ଅନୁଭବ, ରଞ୍ଜିତ କୁମାର ଏବଂ ମହାବିଦ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।