DIstrictEntertainmentHealthNationOdishaPolitics

ତାମିଲନାଡୁରେ ଫସିଛନ୍ତି ୯ ଶ୍ରମିକ ; ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଗୁହାରି

ଭଞ୍ଜନଗର,୨୧/୭ : ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଭିଟାମାଟି ଛାଡି ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଯାଉଥିବା ଶ୍ରମିକ ମାନେ କେତେବେଳେ ମୃତ୍ୟୁ ବରଣ କରୁଛନ୍ତି ତ କେତେବେଳେ ନିର୍ଯ୍ୟାତନାର ଶିକାର ହେଉଥିବା ନଜିର ରହିଛି। ନିଜ ଅଞ୍ଚଳରେ କାମ ନପାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ପରିବାର ଠାରୁ ବହୁ ଦୂରରେ ରହୁଥିବା ବେଳେ ଏଭଳି ନିର୍ଯ୍ୟାତନା ପାଇ ନା ଘରକୁ ଫେରି ପାରୁଛନ୍ତି ନା ସେଥିରୁ ନିଜକୁ ମୁକୁଳାଇ ପାରୁଛନ୍ତି। ଏଭଳି ଶ୍ରମିକ ମାନଙ୍କୁ ତାଙ୍କ କାର୍ଯ୍ୟ କ୍ଷେତ୍ରରେ ନିର୍ଯ୍ୟାତନା ଦିଆଯାଉଥିବା ଖବର ଆସିଛି ଭଞ୍ଜନଗର ଏନଏସି ୱାର୍ଡ ନମ୍ବର୍ ୧୦ ରେ ବସବାସ କରୁଥିବା କିଛି ପରିବାର କ୍ଷେତ୍ରରେ। ଏହି ଅଞ୍ଚଳର ୯ ଜଣ ତାମିଲନାଡୁର ଏକ କମ୍ପାନୀରେ କାମ କରିବା ପାଇଁ ଏପ୍ରିଲ ମାସରେ ଯାଇଥିଲେ। ଏମାନଙ୍କ ଭିତରେ ୨ଜଣ ନାବାଳକ ମଧ୍ୟ ରହିଥିବା ଜଣାପଡିଛି। କର୍ମ କ୍ଷେତ୍ରରେ କମ୍ପାନୀ ପକ୍ଷରୁ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି।

ସେଠାରେ ସେମାନଙ୍କୁ ଭଲ ଭାବେ ଖାଇବାକୁ ଦିଆଯାଉ ନଥିବା ବେଳେ ସେମାନଙ୍କ ପାରିଶ୍ରମିକ ମଧ୍ୟ ମିଳୁନାହିଁ। ପ୍ରଶ୍ନ ପଚାରିଲେ ସେମାନଙ୍କୁ ଆକ୍ରମଣ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ବିନା ପାରିଶ୍ରମିକରେ କାମ କରାଯାଉଥିବା ସହ ପରିବାର ଲୋକଙ୍କ ସହ ଠିକ ଭାବେ ଯୋଗାଯୋଗ ମଧ୍ୟ କରି ପାରୁନାହାନ୍ତି ବୋଲି ଅଭିଯୋଗ ହେଇଛି। ଏନେଇ ଆଜି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ସଂପୃକ୍ତ ୱାର୍ଡ଼ ବାସିନ୍ଦା ସୁଭଦ୍ରା ନାୟକ ଜିଲାପାଳଙ୍କୁ ଭେଟି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ଜିଲାପାଳ ଏନେଇ ପଦକ୍ଷେପ ନେବାକୁ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, କାଉନସିଲର ଉପେନ୍ଦ୍ର ପ୍ରଧାନ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button