
ଭଞ୍ଜନଗର,୨୧/୭ : ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ,ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣୀ କରିଥିଲେ। ଏଥିରେ ମୋଟ ୨୧୭ ଟି ଆବେଦନ ଆସିଥିବା ବେଳେ ସେଥି ମଧ୍ୟରେ ୨୦୩ ଟି ବ୍ୟକ୍ତିଗତ ଓ ୧୪ ଟି ସାମୁହିକ ଅଭିଯୋଗ ରହିଥିଲା। ଏଥିରେ ଜିଲ୍ଲାପାଳ ୫ଟି ଅଭିଯାଗର ତ୍ବରିତ ଫଇସଲା କରିଥିଲେ। ଏଥିସହ ରେଡ଼କ୍ରସ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଓ ଅନ୍ୟ ଜଣକୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।
ଜବରଦଖଲ,ଆବାସ ଯୋଜନା,ଖାଉଟି କାର୍ଡ ବାର୍ଦ୍ଧକ୍ୟ ଭତ୍ତା,ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଜାଗା ଆବଣ୍ଟନ ସଂର୍ପକରେ ପ୍ରମୁଖ ଅଭିଯୋଗ ରହିଥିଲା। ଆବେଦନ ଗୁଡିକର ଶୁଣାଣି କରି ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ପଣ୍ଡା ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ,ବିଡିଓ ଭାରତୀ ଦେବୀ,ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।