
ନନ୍ଦପୁର, 19/7: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଧୀନ ୨୩ ପଞ୍ଚାୟତର ୨୦୩ ଗ୍ରାମ ରୋଗୀବୁହା ଯାନ ଅପହଞ୍ଚରେ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପୋର୍ଟାଲରେ ତଥ୍ୟ ଉପଲବ୍ଧ ରହିଛି ଏହି ସମସ୍ତ ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଯୋଜନାରେ ସାମିଲକରି ପ୍ରୋତ୍ସାହନ ଦେଉଛି । ସେଥୁରୁ କିଛି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣକରି ଯାତାୟାତ ସୁବିଧା ଦେବାକୁ ଥିବା ସରକାରୀ ଲକ୍ଷ୍ୟ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏକାଧିକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଆରମ୍ଭକୁ ବର୍ଷାଧକ ସମୟ ବିତିଥିଲେ ସୁଦ୍ଧା ଏଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏ ନେଇ ଅସନ୍ତୋଷ ଦେଖାଦେଇଛି।
ସୂଚନା ମୁତାବକ ୨୦୧୬-୧୭ରେ ନିର୍ମାଣକାରୀ ସଂସ୍ଥା ‘ଏନ୍ବିସିସି ବାଡେଲ ପଞ୍ଚାୟତର ୧କୋଟି ୧୮ଲକ୍ଷ ୩୬ହଜାର ଟଙ୍କା ଅଟକଳ ଥିବା ଓଆର୍୧୯ଏନ୍୧୮୭ଏ ଜନ୍ତାପୁଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭକରି ୨୦୨୫ ସୁଦ୍ଧା ଶେଷକରି ନ ଥିବାରୁ ଗ୍ରାମବାସୀ ଯାତାୟାତରେ ଅସୁବିଧା
ଭୋଗୁଥିବା ଜଣାପଡ଼ିଛି। ଖେମୁଣ୍ଡୁଗୁଡା ପଞ୍ଚାୟତର ୩ କୋଟି ୫୭ ଲକ୍ଷ ୩୧ ହଜାର ଟଙ୍କା ଅଟକଳ ଥିବା ଓଆର୍୧୯ଏନ୍୧୮୯ ସଲା-ବାରିଆପାଖନା ରାସ୍ତାର ଆରମ୍ଭସ୍ଥଳରେ ସୂଚନା ଫଳକ ସ୍ଥାପନ ଓ ଅଳ୍ପ କିଛି ଦୂର ମାଟି କାଟି ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛି। ପଞ୍ଚାୟତର ବୈରାଗୀପୁଟ– ପାଟଖମରା ରାସ୍ତାକୁ ଓଲଟା ନିର୍ମାଣ ଆରମ୍ଭ କରି ବୈରାଗୀପୁଟ ଗ୍ରାମବାସୀଙ୍କୁ ରାସ୍ତା ସୁବିଧାରୁ ବଞ୍ଚିତ ରଖିଛି । ଗ୍ରାମବାସୀ ରାସ୍ତା ନିର୍ମାଣ ନ ହେବା ପାଇଁ ଗତ ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ ମଧ୍ୟ ଏଯାଏ ସୁଫଳ ପାଉ ନ ଥିବା କହିଛନ୍ତି । ଚାଟୁଆ ଓ ହାତୀବାରୀ ପଞ୍ଚାୟତ ସଂଯୋଗୀ ୧ କୋଟି ୮୯ ଲକ୍ଷ ଟଙ୍କାର ଅଟକଳ ଥିବା ଏଓ୫୪ ନାରୀଗାଁ, ବେତବାରୀ, ମୂଷାପୁର ରାସ୍ତାରେ
ମାତ୍ର ୨ଟି କଲଭର୍ଟ ନିର୍ମାଣକରି ସଂସ୍ଥା କାର୍ଯ୍ୟ ବନ୍ଦ କରିଛି। ଫରେଷ୍ଟ କ୍ଲିଅରାନ୍ସ ଦିଆଯାଇଥିଲେ ସୁଦ୍ଧା ଠିକା ସଂସ୍ଥା ଅସମ୍ପୂର୍ଣ୍ଣ ନିର୍ମାଣ ସମ୍ପୂର୍ଣ୍ଣ କରୁ ନ ଥିବାରୁ ୫ରୁ ଊର୍ଦ୍ଧ ଗ୍ରାମବାସୀଙ୍କ ଯାତାୟାତ କଷ୍ଟ ନିରାକରଣ ହୋଇପାରୁ ନ ଥିବା କହିଛନ୍ତି । ସେହିଭଳି ଓଆର୍୧୯ଏନ୍୨୨୬ ପିଡବ୍ଲ୍ୟୁ ରୋଡ୍ରୁ ସାଙ୍କିଡି ରାସ୍ତାର ବ୍ରିଜ୍ଗୁଡ଼ିକରୁ ଆପ୍ରୋଚ ରୋଡ୍ ନିର୍ମାଣ କରିବାରେ ନିର୍ମାଣକାରୀ ସଂସ୍ଥା ଭୁଲିଯାଇଛି। ଓଆର୍୧୯ଏନ୍୧୮୩ଏ ଆର୍ଡି ରୋଡ୍ରୁ ତାରଗାମପୁଟ ରାସ୍ତା ନିର୍ମାଣ, ଓଆର୍୧୯ଏନ୍୧୮୮ବି ଖଡାପୁଟ– ବୁଡିଙ୍ଗ ରାସ୍ତା, ଓଆର୍୧୯ଏନ୍୧୮୮ବି ଅଲେଇଠାରୁ କୁଡୁକିପଦର ସଡ଼କ, ଓ ଆର୍୧୯ଏନ୧୯୦ ପଞ୍ଚାୟତ ସମିତି ରୋଡ୍ଠାରୁ ଖଟଲାପୁଟ ରାସ୍ତା ନିର୍ମାଣ
ସରକାରୀ ଯୋଜନା ଛାଟପଣା ଅଭିଯୋଗ
କାର୍ଯ୍ୟ ଅଧାପନ୍ତରିଆ ରହିଛି। ସମସ୍ତ ରାସ୍ତାର ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ନିର୍ମାଣକାରୀ ସଂସ୍ଥା ଏନ୍ବିସିସି କରିଥିଲେ ମଧ୍ୟ କୋରାପୁଟ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନୀରବତା ଅବଲମ୍ବନ କରିବା ଓ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଧ୍ୟାନ ଦେଉ ନ ଥିବାରୁ ଲୋକଙ୍କ ଯାତାୟାତ ଦୁରବସ୍ଥା ସାଙ୍ଗକୁ ଅସନ୍ତୋଷ ବୃଦ୍ଧିପାଉଛି। ଏ ସମ୍ପର୍କରେ ଏନ୍ବିସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ସୁନାବେଡ଼ା ଆର୍ଡି ଡିଭିଜନ ଯନ୍ତ୍ରୀ ଜୟନ୍ତ କୁମାର ସାହୁଙ୍କୁ ପଚାରିବାରୁ ସେ ସମସ୍ତ ରାସ୍ତାର ସ୍ଥିତି ପରଖ୍ ଡିଭିଜନ ଓ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରିପୋର୍ଟ ଦିଆଯାଇଛି। ରାଜ୍ୟସ୍ତରରୁ ନିର୍ଦ୍ଦେଶ ଓ ପାଣ୍ଠି ମିଳିଲେ ରାସ୍ତାଗୁଡ଼ିକୁ ସୁନାବେଡା ଆର୍ଡି ଡିଭିଜନ ନିଜ ଅଧୀନକୁ ନେବ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରାଯିବ ବୋଲି ସୂଚନା ଦେଇଛନ୍ତି ।