DIstrictEducationNationOdisha

ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: ଗିରଫ ଯୁବକଙ୍କ ମାମଲାର ଲଢିବେନି ଆଇନ ଜୀବୀ

ଚନ୍ଦନେଶ୍ୱର,୧୮/୭: ଏଫ୍‌ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାକୁ ନେଇ ସରକାର କଠୋର ପଦକ୍ଷେପ ନେବା ଆରମ୍ଭକରିଛନ୍ତି । ଆଇନଜୀବୀ ସଂଘ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି । ସୌମ୍ୟାଶ୍ରୀଙ୍କ ବିରୋଧରେ ବିଭିନ୍ନ ସମାଜିକ ଗଣମାଧ୍ଯମରେ ଆପରିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ରାକେଶ ଦାସମହାପାତ୍ରଙ୍କ ମାମଲା ନ ଲଢ଼ିବାକୁ ଆଇନ୍‌ଜୀବୀମାନେ ନିଷ୍ପତି ନେଇଛନ୍ତି। ସୌମ୍ୟାଶ୍ରୀଙ୍କ ବିରୋଧରେ କିଛି ବ୍ୟକ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପଭିଜନକ ମନ୍ତବ୍ୟ ଦେଉଥିବା ନେଇ ତାଙ୍କ ଭାଇ ସୌମ୍ୟରଞ୍ଜନ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ୍‌ କେସ ନଂ ୨୩୨/୨୫ରେ ମାମଲା ରୁଜୁ କରି ଗଜେଶଙ୍କୁ ଗିରଫ କରିଥିଲା । ଶୁକ୍ରବାର ତାଙ୍କୁ ବିଚାର

ବିଭଗୀୟ ହାଜତକୁ ପଠାଯାଇଥିଲା। ରାଜେଶ ଗିରଫ ହେବା ପରେ ତାଙ୍କ ଜ‌ମିନକୁ ନେଇ ଏବେ ଆଲୋଚନା ଢେର ଧରିଛି। ଏଭଳି ସମୟରେ ଆଇନଜୀବୀ ତାଙ୍କ ମାମଲାଲଢ଼ିବେନି ବୋଲି ଟୋକଠୋକ ଶୁଣଇ ଦେଇଛନ୍ତି।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସରକାରୀ ଆଇନଜୀବୀ ସୁଖେନ୍ଦୁ ପରମାଣିକ କହିଛନ୍ତି ; ସୌମ୍ୟାଶ୍ରୀ ଭୋଗରାଇ ଅଞ୍ଚଳର ଝିଅ। ପୁଲିସ୍ ତା କାମ କରୁଛି । ଆଇନଜୀବୀମାନେ ସେମାନଙ୍କ କାମ କରିବେ । ଭୋଗରାଇର ସମ୍ମାନ ପାଇଁ ଆମେ ଏଭଳି ନିଷ୍ପଭି ନେଇଛୁ। କେବଳ ଏହି ଯୁବକ ନୁହନ୍ତି ଅନ୍ୟ କାହାରି ବିରୋଧରେ ବି ଅଭିଯୋଗ ଆସିଲେ ଆମେ ଏଭଳି ନିଷ୍ପଭି ନେବୁ । ଜିଲ୍ଲା ଓକିଲ ସଂଘ ପକ୍ଷରୁ କିଛି ଦିନ ପାଇଁ ଏଭଳି ନିଷ୍ପଭି ନିଆଯିବାକୁ କୁହଯାଇଥିବା ସେ କହିଥିଲେ। ଅପରପକ୍ଷରେ ସୌମ୍ୟାଶ୍ରୀଙ୍କ ଗାଅଁରେ ପୁଲିସ୍ ଛାଉଣୀ ହୋଇଯାଇଛି । ସେଠାକୁ ୬ ପ୍ଲାଟୁନ ପୁଲିସ୍ ପଠାଯାଇଛି। ଏହା ବ୍ୟତୀତ ତାଙ୍କ ଘର ସମ୍ମୁଖରେ ରାସ୍ତା ଖରାପ ଥିବାରୁ ଯୁଦ୍ଧକାଳୀନଭିଭିରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button