BusinessDIstrictNationOdishaPolitics

ବେଆଇନ କରତକଳରେ ଚଢ଼ାଉ ; ମୂଲ୍ୟବାନ ପଟ୍ଟା ଓ କାଠ ଜବତ

ଭଞ୍ଜନଗର,୧୮/୭ : ଟ୍ରାକ୍ଟରରେ କାଠ କଟା ମେସିନ୍‌ ଲଗାଇ ବୁଲି ବୁଲି ଗଛ କାଟୁଥିବା ଏକ ଗାଡିକୁ ବନ ବିଭାଗ ଜବତ କରିଛି। ଏଥିସହ ବହୁ ଶାଗୁଆନ କାଠ ଓ ପଟା ଜବତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଙ୍ଗପୁର ସେକ୍ସସନ୍‌ର ପର୍ଶୁଲୁଣ୍ଡା ବିଟ୍‌ ପଳାସପଲ୍ଲୀ ଗ୍ରାମ ନିକଟରେ ଚଢାଉ ବେଳେ ଏହି କରତ କଳ ଜବତ ହୋଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ ପ୍ରଧାନ ସୂଚନା ଦେଇଛନ୍ତି।

ଗ୍ରାମ ଠାରୁ କିଛି ବୁଢ଼ାକେନ୍ଦୁ ଜଙ୍ଗଲ ନିକଟରେ ବେନିୟମ ଭାବେ କରତ କଳ ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ ହୋଇଛି। ଏଥିସହ ଗୋଟିଏ ଟ୍ରାକ୍ଟର ଗାଡି, ଗୋଟିଏ ଟାଟା ଏସି ଗାଡ଼ି ଏବଂ କାଠ କଟା ମେସିନ ଲାଗିଥିବା ଏକ ଗାଡ଼ି ଜବତ ହୋଇଛି। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ତାଙ୍କୁ ଗିରଫ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସୂଚନା ଅନୁଯାୟୀ,ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା।

ଏହାର ସୁଯୋଗରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖି କାଠ କାଟୁଥିଲେ। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଖବର ପାଇବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ରେଞ୍ଜର ପୃଥିବୀରାଜ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହ ପଟା ଏବଂ ପାଣିରେ ପୋତା ହୋଇଥିବା ଗୋଲେଇ କାଠ ଜବତ କରିଥିଲେ। ଜବତ ହୋଇଥିବା କାଠ ପ୍ରାୟ ୭୦ ସିଏଫ୍‌ଟି ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏଥିସହ ଜାଳେଣି କାଠ ଜବତ ହୋଇଥିବା ସେ କହିଛନ୍ତି। ଏହି ଚଢାଉରେ ଗାଙ୍ଗପୁର ବନପାଳ ମିତା ପଲେଇ,ଲାଠିପଡା ବନପାଳ କାହ୍ନୁ ଚରଣ ଖଟେଇ,କାଳିଆମ୍ବା ବନପାଳ ଶଙ୍କରସେନ୍‌ ଗୌଡ,ସନ୍ତୋଷ ପାତ୍ର,ବନରକ୍ଷୀ ସନ୍ତୋଷ ଦାସ,ରୋଜାଲି ସାହୁ,ବୁଲୁ ନାୟକ,ଟିକିନା ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button