ବିନା ଲାଇସେନ୍ସ ରେ ସାର ବିକ୍ରି ଅଭିଯୋଗ

ଡାବୁଗାଁ,18/7: ଡାବୁଗାଁ ବ୍ଲକରେ ବିନା ଲାଇସେନ୍ସରେ ସାର ବିକ୍ରି ଅଭିଯୋଗ ଛତିଶଗଡ଼ ଏବଂ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରୁ ଚୋରାରେ ଏଠାକୁ ସାର ଆସୁଛି। ଯାହାକୁ ଲାଇସେନ୍ସ ନଥିବା ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏପରିକି କିଛି ପଞ୍ଜିକୃତ ତଥା ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ମଧ୍ୟ ଏହି ଚୋରା ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ଗତ ଦିନରେ ସାର ବିକ୍ରିରେ ଅନିୟମିତତା ନେଇ ଓଡିଶା ଷ୍ଟାଟ୍ଖ ନ୍ୟୁ ଜ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ଲକ କୃଷି ଅଧିକାରୀ କିଛି ପଞ୍ଜିକୃତ ସାର ଦୋକାନରେ ଚଢ଼ଉ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାପରେ କୃଷି ବିଭାଗ ନିରବ ରହିବାରୁ ବେଆଇନ ତଥା ଚଢ଼ା ଦରରେ ସାର ବିକ୍ରି ଆରମ୍ଭ ହୋଇଛି। ବିଶେଷ କରି ଚଚରାଗୁଡା, ଚିଚିବାଇ,
ପଖନାଗୁଡା, ମାନିଆଗୁଡା, ବାଇଗାଁ, କକଡାଗୁଡା, ଶିନ୍ଧିକାଗୁଡା, ମେଦନା, ଜବାଗୁଡା, ରାବଣାଗୁଡା, ଘୋଡାଖୁଣ୍ଟା ଓ ବ୍ୟବସାୟୀ ଏଯାଏ ଲାଇସେନ୍ସ ନବୀକରଣ କରିନାହାନ୍ତି। ସରକାରୀ ନିୟମ ଅନୁସାରେ ଦୋକାନ ସମ୍ମୁଖରେ ଲାଇସେନ୍ସ ଟାଙ୍ଗିବା
ଡାବୁଗାଁ ଡଙ୍ଗରିଗୁଡ଼ାରେ ବିନା ଲାଇସେନ୍ସରେ ସାର ବିକ୍ରି ଚାଲିଛି। ଅନ୍ୟପଟେ ପଞ୍ଜିକୃତ କିଛି
ତୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଡାବୁଗାଁ ଜିଲ୍ଲା ମହରଙ୍କ ଭୁଲ
ସହ ସାର ମୂଲ୍ୟ ଓ ଗଚ୍ଛିତ ପରିମାଣ ଉଲ୍ଲେଖ କରିବାକୁ ବାଧ୍ୟା ଯାହାକୁ ବି ବ୍ୟବସାୟୀ
ଉଲଂଘନ କରୁଛନ୍ତି।
ବର୍ତମାନ ଚାଷ କାର୍ଯ୍ୟ ଆରମ୍ଭହୋଇଥିବା ବେଳେ କୃତ୍ରିମ ଅଭାବ ଦେଖିବାକୁ ମିଳିଛି। କାରଣ ଚଳିତବର୍ଷ ଆଜିସୁଦ୍ଧା ଲ୍ୟାମ୍ପସ୍ ତରଫରୁ ଗୋଟିଏ ହେଲେ ପ୍ୟାକେଟ୍ ସାର ବିକ୍ରୟ ହୋଇ ନାହିଁ। ଆସନ୍ତାକାଲି ଶୁକ୍ରବାର ଲ୍ୟାମ୍ପସ୍ ପକ୍ଷରୁ ଗୋଟିଏ ଏକର ଜମି ରହିଥିବା ଚାଷୀଙ୍କୁ ଗୋଟିଏ ପ୍ୟାକେଟ୍ ୟୁରିଆ ସାର ଦିଆଯିବ ବୋଲି ଜଣାପଡ଼ିଛି। ଡାବୁଗାଁ ଲ୍ୟାମ୍ପସ୍ରେ ଖରିଫ ପାଇଁ ୫ରୁ ୬ହଜାର ପ୍ୟାକେଟ୍ ୟୁରିଆ ସାର ଆବଶ୍ୟକ ତେବେ ବର୍ତମାନ ୧୨୫୫ ପ୍ୟାକେଟ୍ ସାର ଆସିଛି। ସେହିପରି ଲ୍ୟାମ୍ପସ୍ରେ ଖରିପ ପାଇଁ ୧୦୦୦ କୁଇଣ୍ଟାଲ ଡିଏପି ଓ ୫୦୦ କୁଇଣ୍ଟାଲ ପଟାସ ସାର ଆବଶ୍ୟକ ଶୁକ୍ରବାର ଲ୍ୟାମ୍ପସ୍ ପକ୍ଷରୁ ସାର ବିକ୍ରୟ ହେବ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ଲାଗି ପୁଲିସର ସହାୟତା ମଗାଯାଇଛି।