DistrictEducationHealthNationNawarangpurOdishaPolitics

ଦମକଳ ଗାଡ଼ି ଧକ୍କାରେ ମୃତ ଓ ଆହତଙ୍କ ପରିବାରକୁ ଆର୍ଥିକ ସହାୟତା

ବୈପାରୀଗୁଡ଼ା, 18/7: ଦମକଳ ଗାଡି ଧକ୍କାରେ ରେ ଜଣେ ନାବାଳକଙ୍କ ମୃତ୍ୟୁ ଓ ୨ ଆହତ ମାମଲାରେ ରେଡ଼କ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ବୈପାରୀଗୁଡା ତହସିଲ କାର୍ଯ୍ୟାଳୟରେ ମୃତ ନାବାଳକ ପର୍ଶୁରାମଙ୍କ ପରିବାରକୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨ ଆହତ ପରିବାକୁ ମଧ୍ୟ ୨୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ଵର ମହୁରିଆ, ଉପ ବିଭାଗ ଅଧିକାରୀ ୱାଇ ଶ୍ରୀନିବାସ ରାଓ, କ୍ଷେତ୍ର ସୁପ୍ରଭାଇଜର

ଅଶ୍ଵିନୀ ମହାପାତ୍ର, ବରିଷ୍ଠ ରାଜସ୍ବ ସହାୟକ ଶ୍ରୀରାମ ରାଉତ, କନିଷ୍ଠ ରାଜସ୍ବ ସହାୟକ ଚନ୍ଦ୍ର ଶେଖର ନନ୍ଦଙ୍କ ଉପସ୍ଥିତରେ ରେଡ଼କ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୂର୍ବରୁ ଏହି ଘଟଣାକୁ ନେଇ ମୃତ ନାବାଳିକ ପର୍ଶୁ ର । ମ ଙ୍କ ପରିବାରକୁ ४ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଅଳ୍ପ ଦିନ ମଧ୍ୟରେ ଏହି ସହାୟତା ରାଶି ପରିବାର କୁ ପ୍ରଦାନ କରାଯିବ ବୋଲି ସ୍ଥାନୀୟ ତହସିଲଦାର ସ୍ନିଗ୍ଧା ଚୌଧୁରୀ ପ୍ରକାଶ କରିଛନ୍ତି । ସୂଚନା ଥାଉକି, ଗତ ରବିବାର ଦିନ ଅପରାହ୍ନ ରେ ଗୁପ୍ତେଶ୍ଵର ସୁକନାଳ ଠାରେ ଦମକଳ ଗାଡି ଧକ୍କାରେ ୭ ବର୍ଷୀୟ ପର୍ଶୁରାମ ଦୁରୁଆଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ନାବାଳକ ଏବଂ ମହିଳା ବୋଲବମ ଭକ୍ତ ଗୁରୁତର ଆହତ ହୋଇଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button