
ସୁନାବେଡ଼ା, 17/07: ଆଜି ଆର ଜୋନ ମାର୍କେଟ ଅଞ୍ଚଳ ହସ୍ତିନାପୁର ମୁଖ୍ୟ ହୋଇ ପ୍ରମୁଖ ୱାର୍ଡ ନମ୍ବର 10 ରୁ 17 ପର୍ଯ୍ୟନ୍ତ ଗରିବ ଓ ଜରାଜୀର୍ଣ୍ଣ ବର୍ଗ ପାଇଁ ଭତ୍ତା ବଣ୍ଟନ କରାଗଲା। ପୂର୍ବରୁ ବିଜୁ କଲୋନୀ, ଇନ୍ଦିରା କଲୋନୀ ଓ ଆର୍ଆର୍ଏ ଅଞ୍ଚଳର ଲୋକମାନେ ଅଟୋ ଭଡ଼ା ଦେଇ ଦୂର ଯାଇ ଭତ୍ତା ନେଉଥିଲେ, ବର୍ତ୍ତମାନ ସେମାନେ ନିଜ ଅଞ୍ଚଳରେ ଭତ୍ତା ଉଠାଇ ପାରିବେ।
ଏହି ସୁବିଧା ସୃଷ୍ଟି ପଛରେ ସୁନାବେଡ଼ା ମୁନିସିପାଲିଟି ଚେୟାରମ୍ୟାନ ଶ୍ରୀ ରାଜୁ ଭାଇ ଓ ସମସ୍ତ କାଉନସିଲରମାନଙ୍କ ସଂଘଟିତ ପ୍ରଚେଷ୍ଟା ରହିଛି। ପୂର୍ବରୁ ସିମିତ ଚାରିଟି ସ୍ଥାନରେ ଯେଉଁଠାରେ ବିଧବା, ବିକଳାଙ୍ଗ, ବୁଢ଼ାବୁଢ଼ୀ ଭତ୍ତା ବଣ୍ଟନ ହେଉଥିଲା, ବର୍ତ୍ତମାନ ତାହା ବୃଦ୍ଧିପାଇ ୯ଟି ସ୍ଥାନରେ ହେଉଛି।
ସମସ୍ତ 25 ୱାର୍ଡ ଲୋକମାନଙ୍କୁ ଉପକୃତ କରିବା ପାଇଁ ଏହି ନୂତନ ବ୍ୟବସ୍ଥା ଏକ ଉଦାହରଣ ହେବା ସହ ବିକାଶ ଓ ସାମାଜିକ ନ୍ୟାୟ ରେ ଏକ ମଜବୁତ ପଦକ୍ଷେପ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ମୁଁ ମୁନିସିପାଲିଟି ଷ୍ଟାଫ୍ମାନେ ସହ ଶାନ୍ତିପୂର୍ଣ୍ଣ ଓ ସଂଘଟିତ ଭାବେ ସହଯୋଗ କରିଥିଲି।