DIstrictEducationHealthMalkangiriNationOdishaPolitics

ମାଲକାନଗିରି ଜିଲ୍ଲାରେ ବନ୍ଦର ପ୍ରଭାବ ସଫଳ

ମାଲକାନଗିରି,୧୭/୦୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରି ମୃତକଙ୍କ ପରିବାରକୁ ନ୍ୟାୟ, କ୍ଷତିପୂରଣ ଦାବି କରିଛି କଂଗ୍ରେସ ଦଳ । ସମଗ୍ର ମାଲକାନଗିରି ଜିଲ୍ଲାର ବନ୍ଦ ପ୍ରଭାବ ପଡିଛି । ଗଡ଼ୁନି ବସ୍, ଟ୍ରକ୍‌ ଏବଂ ଅନ୍ୟାନ୍ୟ ଗାଡ଼ି । ବନ୍ଦ ରହିଛି ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ,କଲେଜ । ବିଭିନ୍ନ ଛକରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରିବା ସହ ପ୍ରତିବାଦ କରୁଛନ୍ତି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଦାବି ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥିରେ ମାଲକାନଗିରି ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ସମେତ ସିପିଆଇ, ସିପିଏମ୍ ଆଦି ଦଳ ସାମିଲ୍ ହୋଇଛନ୍ତି ।

ମାଲକାନଗିରି ଜିଲ୍ଲା ବନ୍ଦ ଡାକରାରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ଓ ବିଭିନ୍ନ ବ୍ଲକ, ଜିଲ୍ଲା ପାଳ ଅଫିସ ସହିତ ଅନ୍ୟାନ ଅଫିସ ସମ୍ମୁଖରେ ପୁଲିସ ଫୋର୍ସ ମୁତୟନ ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ବ୍ୟତିତ ମୋବାଇଲ୍ ପାଟ୍ରୋଲିଂ ଟିମ୍ ସହ ପିସିଆର୍ ଭ୍ୟାନ କଡ଼ାକଡ଼ି ପାଟ୍ରୋଲିଂ ବ୍ୟବସ୍ଥା ରଖାଯାଇଛି । ସ୍ଥାନୀୟ ଓ ଦୂରଗାମୀ ବସ୍‌ଗୁଡିକ ବସ୍‌ ଷ୍ଟାଣ୍ଡ ନିକଟରେ ଅଟକି ରହିଛି। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନେ ବସ୍‌ ଷ୍ଟାଣ୍ଡ ନିକଟରେ ଜଗି ରହିଛନ୍ତି । ଦୋକାନ ବଜାର ବନ୍ଦ ଥିବାରୁ ଜଳଖିଆ କିମ୍ବା ପାଣି ଟୋପାଏ ନପାଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଆନ୍ଦୋଳନରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ , ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, କେଶୁରାଓ, ପଦ୍ମପାଙ୍ଗି, ଇଷାକ ଖୋସଲା,ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, କୃଷ୍ଣ ଚନ୍ଦ୍ର ଅନୁଗୁ, ଇର୍ମା ପଡିଆମୀ, ପୁଷ୍ପା ରାଣୀ କବାସୀ, ଭୀମା ବାର୍ସେ ପ୍ରମୁଖ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବାଲିମେଳା ଛକଠାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ବ୍ରଜ ମାଝୀଙ୍କ ନେତୃତ୍ୱରେ ପିକେଟିଂ ସହ ବନ୍ଦ ପାଳନ ହୋଇଛି ।ଏଆଇଟିୟୁସି ଜିଲ୍ଲା ସଭାପତି ମହାନନ୍ଦ ଦୁର୍ଗା,ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଭୂପେଶ କର୍ମକାର, ଓଡିଶା କୃଷକ ସଭା ସମ୍ପାଦକ କୃଷ୍ଣ ପାଣ୍ଡୀ ,ଧବୁଲୁ ବେହେରା, ଡମ୍ବରୁ ପାଙ୍ଗି, ଭଗବାନ ଶିସା, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button