
ଦାମନଯୋଡ଼ି, ୧୭/୦୭: ଓଡିଶା କଂଗ୍ରେସ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକ ଦିଆଯାଇଥିଲା। ବାଲେଶ୍ଵର ଜିଲ୍ଲାର ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରୀ ସ୍ୱର୍ଗତଃ ସୈାମ୍ୟାଶ୍ରି ବିଶିଙ୍କ ନ୍ୟାୟ ଦାବିରେ ଏହି ଆନ୍ଦୋଳନ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ରୂପେ ଅନୁଷ୍ଠିତ ହୋଇଥିଲା।କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଦାମନଯୋଡ଼ି ଥାନା ଅଞ୍ଚଳର ନାଲକୋ କମ୍ପାନୀ ଠାରୁ ଆରମ୍ବ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀକୁ ଜୀବାର ରାସ୍ତା ବନ୍ଦ ଅଭିଯାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା।
ଏହି ସମୟରେ ସ୍ଥାନୀୟ ଦୁକାନ, ବଜାର, ସରକାରୀ ବେସରକାରୀ ବିଦ୍ୟାଳୟ, କଲେଜ ଓ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା।
ଏହି ଓଡିଶା ବନ୍ଦକୁ ଅନେକ ସାମାଜିକ ସଂଘଠନ ଓ ନାଗରିକ ଏହି ବନ୍ଦକୁ ସମର୍ଥନ କରିଥିଲେ। ବନ୍ଦସମୟରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲେ ଏହି ବନ୍ଦ ସଫଳ ଭାବରେ ଶାନ୍ତିପୂର୍ଣ୍ଣ ରେ ଶେଷ ହୋଇଥିଲା
ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ନେତୃତ୍ୱରେ ଏହି ଓଡିଶା ବନ୍ଦ ଚଳାଯାଇଥିଲା, ଯାହା ସୈାମ୍ୟାଶ୍ରି ବିଶିଙ୍କ ନ୍ୟାୟ ପାଇଁ ଜନମତ ସୃଷ୍ଟି କରିଛି |