
ରାମନାଗୁଡା, ୧୭/୦୭: ରାୟଗଡା ଜିଲ୍ଲା କଂଗ୍ରେସ ଡାକରା ରେ ରାମନାଗୁଡା ବ୍ଳକରେ ବନ୍ଦ ସଫଳ ହୋଇଛି.ଆଜି ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଯେଉଁ ବନ୍ଦ ଡାକରା ଦିଆଯାଇଥିଲା ସେଥିରେ ରାମନାଗୁଡା ବ୍ଲକର ସଦର ମହକୁମା ଓ ଗୁମୁଡା ଛକରେ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସହାୟତାରେ ଦୋକାନ, ବଜାର,ସ୍କୁଲ,କଲେଜ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିଲା। ତେବେ ଆମ୍ବୁଲାନ୍ସ ଓ ଔଷଧ ଦୋକାନ କୁ ବନ୍ଦରେ ସାମିଲ କରିନଥିଲେ।ବାଲେଶ୍ୱର ଫକୀର ମୋହନ ୟୁନିଭେରସିଟି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହରେ
ରାମନାଗୁଡା ବ୍ଳକର ବରିଷ୍ଠ କଂଗ୍ରେସ ନେତା କର୍ମୀ ସ୍ଲୋଗାନ ଦେଇଥିଲେ ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଯେଉଁ ଅଘଟଣ ଘଟିଛି, ସେଥିପାଇଁ ରାଜ୍ୟ ସରକାରଙ୍କ ଇସ୍ତଫା ଦାବୀ କରିଥିଲେ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ ପାଇଁ ଡାକରା ଦେଇଥିଲେ। ଏହି ବନ୍ଦ ଡାକରାରେ ବ୍ଳକର କ ଯୋନର ଜିଲ୍ଲା ପରିଷଦ ସଦସ୍ୟ ତାଙ୍ଗୁଡୁ ଶ୍ରୀଧର,ବ୍ଲକ ସଭାପତି ବାଞ୍ଛାନିଧି ବେହେରା,ପଛୁଆ ବର୍ଗ ସଭାପତି ରଞ୍ଜିତ ନାୟକ ବେହେରା, ବରିଷ୍ଠ ନେତା ପ୍ରକାଶ କଣ୍ଡାଗରୀ,ଭାସ୍କର ମାଣ୍ଡାଙ୍ଗି,ସନ୍ତୋଷ ଲାବଲା,ଡିଉ,ବାୟା ଦାସ,ଅଭିମନ୍ୟୁ ତୋଇ କା, ଆପ୍ପାରାଓ ପାଲାକା ଏବଂ ପଦ୍ମନ ଗାଣ୍ଟା ସହ ବହୁ କର୍ମୀ ଉପସ୍ଥିତ ଥିଲେ।ଥାନା ଆଇଆଇ ସି ସୁନିତା ବେହେରାଙ୍କ ନିର୍ଦ୍ଦେଶରେ ଏସ ଆଇ ଜଗନ୍ନାଥ ବେହେରା ଓ ତାଙ୍କ ସହକର୍ମୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ନେଇଥିଲେ।