
ଲମତାପୁଟ, ୧୭/୦୭: ବାଲେଶ୍ୱର ଜ଼ିଲ୍ଲା ଫକୀର ମୋହନ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଅକାଳ ବିୟୋଗ ତଥା ନ୍ୟାୟ ପ୍ରତିବାଦ ରେ ଓଡିଶା କଂଗ୍ରେସ ର ଓଡିଶା ବନ୍ଦ ଡାକରା ରେ ଲମତାପୁଟ ବ୍ଲକ କଂଗ୍ରେସ ତରଫରୁ ବନ୍ଦ ପାଳନ କରାଯାଇଛି! ଶିକ୍ଷା ଅନୁଷ୍ଠାନ!
ବ୍ୟବସାୟୀ ପ୍ରତିଷ୍ଠାନ ସରକାରୀ ବେସରକାରୀ କାର୍ଯ୍ୟାଳୟ ପ୍ରକୁଖ ବନ୍ଦ ରହିଥିବା ଦେଖିବାକୁ ମିଳିଛି ସକାଳ ଛ ଘଣ୍ଟା ଠାରୁ ସନ୍ଧ୍ୟା ଛ ଘଣ୍ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଜାରି ରହିବ ବୋଲି ସୂଚନା ମିଳିଛି!ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ଦେଖା ଯାଇଛି! ପୋଲିସ ତରଫରୁ କଡା ନଜର ରଖା ଯାଇଛି!