DistrictEducationHealthNationNawarangpurOdisha

ବାଇକ ଦୁର୍ଘଟଣାରେ ଯୁବକ ମୃତ

ଝରିଗାଁ – ୧୫/୭:ବାଇକ ଦୁର୍ଘଟଣା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ସୂଚନା ପ୍ରକାରେ ଝରିଗାଁ ଥାନା ଅଧୀନ ପାଲିଆ ପଂଚାୟତ ଅନ୍ତର୍ଗତ ସାନ ରାମସା ଗ୍ରାମ ଗ୍ରାମର ଜମେ ପୂଜାରୀଙ୍କ ବଡ଼ ପୁଅ ଖଗପତି ଗୌଡ଼ (৭০) ମୋଟର ସାଇକେଲରେ କୌଣସି ଏକ କାର୍ଯ୍ୟରେ ରେ ଚକଳାପଦର ପଂଚାୟତକୁ ଯାଇ ସନ୍ଧ୍ୟା ପ୍ରାୟ ୮ ଘଂଟିକା ସମୟରେ ଘରକୁ ଫେରୁଥିଲ । ଏହି ସମୟରେ ବାସୁଦେବଗୁଡା ଗ୍ରାମର ଆମ୍ବତୋଟା ବୁଲାଣି ରାସ୍ତାରେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଆମ୍ବ ଗଛରେ ଧକ୍କା ହୋଇ ପାର୍ଶ୍ଵ ଜମିରେ ରେ କଚାଡି ହୋଇ ପଡ଼ିଥିଲେ । ମୁଣ୍ଡ ଓ ମୁହଁରେ ଅତ୍ୟଧୂକ ଆଘାତ ଲାଗିଥିବା ରୁ ସେ ସେଠାରେ ଚେତ।ଶୂନ୍ୟ ଅବସ୍ଥାରେ ପଡି ରହିଥିଲା । ମିଳିଥିବା ସୂଚନାନୁସାରେ କିଛି ସ୍ଥାନୀୟ ଲୋକ

ଖବର ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଦେବାରୁ ପରିବାର ଲୋକେ ଏକ ବୋଲେରେ ଭଡ଼। କରି ଡାବୁଗାଁ ଡାକ୍ତରଖାନାକୁ ଘେନି ଯାଇଥିଲେ । ସେଠାରେ ପହଂଚିବା ପରେ ଡାକ୍ତର ମୃତ ଘୋଷଣା କରିବାରୁ ଝରିଗାଁ ଥାନାରେ ପରିବାର ପକ୍ଷରୁ ଏକ ଲିଖୁତ ଅଭିଯୋଗ କରିବା ପରେ ଡାବୁଗାଁ ଡାକ୍ତରଖାନାରେ ମୃତ ଯୁବକର ମର ଶରୀରର ପଞ୍ଚାନାମା ହୋଇଥିଲା I ଓ ପରି ବାରବର୍ଗ ଙ୍କୁ ମର ଶରୀର

ହସ୍ତାନ୍ତର କରାଯାଇଥିଲା । ଏତଲା ପରେ ଆଇ ଆଇ ସି ପ୍ରଦୀପ କୁମାର ଶବର ଙ୍କ ନିର୍ଦ୍ଦେଶନା ପରେ ଏ ଏସ ଆଇ ମମତା ସେଠୀ ତଦନ୍ତ ଅଫିସର ଭାବେ ପୋଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁରେ ଶବ ପହଂ ପହଂଚିବା ପରେ ଶୋକାକୁଳ ପରିବେଶ ଯାଇଛି । ବେଶରେ ଶବ ସତ୍କାର ହୋଇଛି । ଖବରଟି ପ୍ରସାରଣ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇ ଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button