BusinessDIstrictEducationKoraputNationOdishaPolitics

ସୁନାବେଡା CSC ସେଣ୍ଟରରେ ଉଲ୍ଲାସରେ ପାଳିଗଲା 16ତମ ବାର୍ଷିକ ଉତ୍ସବ — ନଗରପାଳଙ୍କୁ ଦିଆଗଲା ସ୍ୱାଗତ ଓ ଶୁଭେଚ୍ଛା

ସୁନାବେଡ଼ା, ୧୬/୦୭: କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ କାର୍ଯ୍ୟାଳୟ ଭିତରେ ଅବସ୍ଥିତ CSC ସେଣ୍ଟରର 16ତମ ବାର୍ଷିକ ଉତ୍ସବ ଉତ୍ସାହ ଓ ଉଲ୍ଲାସରେ ପାଳନ କରାଯାଇଛି।

ଏହି ଅବସରରେ ସେଣ୍ଟରର କର୍ମଚାରୀମାନେ ନଗରପାଳ ଶ୍ରୀ ଡାକ୍ତର ରାଜେନ୍ଦ୍ର କୁମାର ପାତ୍ର, ଉପ ନଗରପାଳ ଶ୍ରୀମତୀ ରିତୁ କଣ୍ଟା ଓ ପାଉର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀଙ୍କୁ ଉତ୍ସବ ଅବସରରେ ଉତ୍ତରୀୟ ଓ ଫୁଲ ମାଳା ପିନ୍ଧାଇ ଗଭୀର ସମ୍ମାନ ଜଣାଇଛନ୍ତି।

ସେଣ୍ଟର ପକ୍ଷରୁ ମିଠା ବଣ୍ଟନ ସହିତ ଉତ୍ସବ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାଗରିକମାନେ ବି ଯୋଗଦେଇ ଖୁସି ପ୍ରକାଶ କରିଛନ୍ତି। ଏହି ବାର୍ଷିକ ଉତ୍ସବ CSC ସେଣ୍ଟରର ସମର୍ପଣ, ସେବା ଓ ସଫଳତାର ପ୍ରତିକ ଭାବରେ ଦେଖାଯାଉଛି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button