DIstrictEducationKoraputNationOdishaPolitics

ଅନାଥ ଦୁଇ ଜଣ ପାଠ ପଢାରୁ ବଞ୍ଚିତ ପାଠ ପଢା ଛାଡ଼ି ଗାଈ ଓ ଛେଳି ଚରାଉ ଛନ୍ତି

ବନ୍ଧୁଗାଁ, ୧୫/୭: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଅଲଡା ପଞ୍ଚାୟତ ଅଧିନସ୍ଥ ଲୋକାର୍ଲୀ ଓ ଝାଙ୍କରକାର୍ଲି ଗ୍ରାମର ବାପାମାଆ ଛେଉଣ୍ଡ ଅନାଥ ହାରାକା ରାଜାରାଓ ୧୦ ବର୍ଷ ଓ ଜୟଜନାର୍ଦ୍ଦନ ତାଡିଙ୍ଗି ୧୦ ବର୍ଷ ପାଠ ପଢା ରୁ ବଞ୍ଚିତ ହୋଇ ଛେଳି, ଗାଈ ଗୋରୁ ଚାରାଉଛନ୍ତି। ସୁଚନା ଅନୁଯାୟୀ ପ୍ରାୟ ୮ ବର୍ଷ ତଳେ ରାଜାରାଓଙ୍କ ବାପା ଫାକିରୁ ଓ ମାଆ ନୁକାଳୁଙ୍କ ମୃତ୍ୟୁ ହୋଇ ଯାଇଥିଲା।

ପରେ ରାଜାରାଓ ନିଜ ସାନ ବାପା ସମୂରୁ ହାରାକାଙ୍କ ପାଖରେ ରହୁ ଥିଲେ। ଗରିବ ଓ ଆଦିବାସୀ ହୋଇଥିବାରୁ ସମୁରୁ ନିଜ ପୁତୁରା ରାଜା ରାଓ ଙ୍କୁ ଗାଁ ସ୍କୁଲରେ ପାଠ ନ ପଢ଼ାଇ ପାରି ଜୟପୁରର ଆମ୍ବଲିଆମ ଗୁଡା ଆଶ୍ରମ ସ୍କୁଲ ରେ ରଖି ପାଠ ପଢ଼ାଉଥିଲେ। ସେଠାରେ ଚଳିତ ବର୍ଷ ପଞ୍ଚମ ଶ୍ରେଣୀ ପାସ କରିବା ପରେ ଆଉ ଷଷ୍ଠ ଶ୍ରେଣୀ ପାଠ ପଢିବା ପାଇଁ ଅନ୍ୟ ସ୍କୁଲରେ ନାମ ଲେଖାଇ ପଢ଼ିବା ପାଇଁ ଘରକୁ ରାଜା ରାଓ ଫେରି ଆସିଥିଲେ। ଏହା ପରେ ସାନ ବାପା ସମୁରୁ ଅନାଥ ରାଜା ରାଓ ଙ୍କୁ ସରକାର ଙ୍କ ଅନାଥ ଆଶ୍ରମ ରେ ରଖି ପାଠ ପଢ଼ାଇବା ପାଇଁ ପ୍ରବଳ ଇଚ୍ଛା ଥିଲା। ଆଜି ପର୍ଯ୍ୟନ୍ତ ସାନ ବାପା ଅନାଥ ରାଜା ରାଓଙ୍କୁ ପାଠ ପଢିବା ପାଇଁ ଆଶ୍ରମ ସ୍କୁଲ ନ ପାଇବାରୁ ଗାଁ ରେ ରହି ଲୋକଙ୍କ ଗାଈ ଗୋରୁ ଛେଳି ମେଣ୍ଢା ଚାରାଉଛନ୍ତି।

ଅନାଥ ଜୟଜନାର୍ଦ୍ଦନ ତାଡିଙ୍ଗି ମଧ୍ୟ ନିଜ ମାମୁଁ ଘର ରହି ଛେଳି ଚରାଇ, ବହୁ ନିର୍ଯାତନାର ଶିକାର ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକେ କହୁ ଛନ୍ତି। ଅନାଥ ଆଶ୍ରମରେ ରାଜାରାଓ ଏଵଂ ଜୟ ଜନାର୍ଦ୍ଦନ ପାଠ ପଢିବା ପାଇଁ ଇଛୁକ ଥିବା ବେଳେ ସାନ ବାପା ମଧ୍ୟ ସୁଯୋଗ ମିଳିଲେ ପାଠ ପଢ଼ାଇବା ପାଇଁ ଆମ ଗଣମାଧ୍ୟମ ଙ୍କ ଜରିଆରେ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button