
ନବରଙ୍ଗପୁର, ୧୬/୦୭: ଜିଲ୍ଲା କିନ୍ନର ସଂଘ ସଦସ୍ୟ ମଙ୍ଗଳ ଦେଇ ନାୟକଙ୍କୁ ଡାବୁଗାଁ ତହସିଲ ପକ୍ଷରୁ ଘର ବାରି ର ଏକ ଚାରି ସେଣ୍ଟ ଜମି ପ୍ରଦାନ କରାଯାଇଛିଛ ଏହି ଘଟଣା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ହୋଇଛିଛ ଜିଲ୍ଲା କିନ୍ନର ସଂଘ ହେବା ପରଠାରୁ କିନ୍ନର ମାନଙ୍କ ଅନେକ ସମସ୍ୟା ସମାଧାନ ହୋଇପାରୁଛି । ସୂଚନା ଯୋଗ୍ୟ ଯେ ଏଥ୍ ପୂର୍ବରୁ ଜିଲ୍ଲା ଇତିହାସ ର ପ୍ରଥମ ଥର ପାଇଁ କିନ୍ନର ମାନଙ୍କୁ ପ୍ରଶାସନ ପକ୍ଷରୁ ଲେବର କାର୍ଡ ପ୍ରଦାନ କରାଯାଇଥୁଲାଛ ବେସରକାରୀ ବସ ପା ପାସ ଦିଆଯାଇଥିଲାଛ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଯୋଜନା ରେ କେତେକ କିନ୍ନର କୁ କୁ ଗ୍ୟାସ ଚୁଲା ପ୍ରଦାନ କରାଯାଇ ଥୁଲା । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ବାସୀ ଖୁସି ପ୍ରକଟ କରିଛନ୍ତି । ଏହି ଅବସରରେ ଜିଲ୍ଲା ଜିଲ୍ଲା କିନ୍ନର ସଂଘ ର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ
ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମୁକି କିନ୍ନର, ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ୱର୍ଣାଲତା ପଟ୍ଟନାୟକ, ନିନିବାନୁ ତ୍ରିପାଠୀ, ଦୁର୍ଗା ପାଢ଼ୀ, ଶ୍ରୀନିବାସ ପଟ୍ଟନାୟକ, ଓକିଲ ସଂଘ ର ସଭାପତି ତଥା ଉପଦେଷ୍ଟା ସିରାଜୁଦିନ ଅହମଦ, ସଂଘର ଆଇନଗତ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପ୍ରୋଜେଢ଼ ଲିଡର ଏମ. ବାଲା କୃଷ୍ଣ ରାଓ ଏବଂ ସଂଘର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ସହ ଜିଲ୍ଲାର ସମସ୍ତ ବ୍ଲକ୍ ର କିନ୍ନର ଏବଂ ଅଣ କିନ୍ନର ସଭ୍ୟ ସଭ୍ୟା ପ୍ରମୁଖ ଓଡ଼ିଶା ସରକାର, ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ପ୍ରଶାସନ କୁ ସାଧୁବାଦ୍ ଜଣାଇ ଛନ୍ତି ।