DIstrictEducationNationNawarangpurOdishaPolitics

ଓଡ଼ିଶା ବନ୍ଦ ବିରୋଧ ଦଳ କଂଗ୍ରେସ ଡାକରା ଦେଇଛି

୧୭ ଜୁଲାଇ ଓଡ଼ିଶା ବନ୍ଦ: ସକାଳ ୦୬ ଘଣ୍ଟା ରୁ ସନ୍ଧ୍ୟା ୦୬ ଘଣ୍ଟା

ବୋରିଗୁମା, ୧୬/୦୭: ରାଜ୍ୟରେ ଆପଣମାନେ ଜାଣନ୍ତି, ନ୍ୟାୟ ପାଇଁ ବାଲେଶ୍ଵର ଫକୀରମୋହନ ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ । ଦୁଇଦିନ କାଳ ଭୁବନେଶ୍ୱର ଏମସ୍ଠାରେ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସେ ଆଖୁ ବୁଢିଛନ୍ତି ।

ତାଙ୍କ ମୃତ୍ୟୁ ମଧ୍ୟ ଦୁଃଖଦ ଅନ୍ତ ଘଟିଛି । ଜଣେ ଜହ୍ଲାଦ ଅଧ୍ୟାପକଙ୍କ ଯୌନ ଆବେଦନ ଓ ନିର୍ଯାତନା ବିରୋଧରେ ଛାତ୍ରୀ ଜଣକ ୬ ମାସ କାଳ, ବିଭିନ୍ନ ସମୟରେ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ଓ ପୋଲିସ ପ୍ରଶାସନ, ବିଧାୟକ, ସାଂସଦ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ, ଜାତୀୟ ମହିଳା ଆୟୋଗ ପ୍ରମୁଖଙ୍କୁ ନ୍ୟାୟ ପାଇଁ କାକୁତି ମିନତି ହେବା ସତ୍ତ୍ବେ କେହି ହେଲେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ ।

ତେଣୁ ଏହା ଆତ୍ମାହୁତି ନୁହେଁ, ବରଂ ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ଵାରା ଏକ ମିଳିତ ବର୍ବରୋଚିତ ହତ୍ୟାକାଣ୍ଡ। ଯେଉଁ ବିଜେପି ନିଜ ଛାମୁଆ ସଂଗଠନ ଏବିଭିପିର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ସେହି ଦଳର ସରକାର ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ପ୍ରମାଣିତ ହୋଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button