
ଜୟପୁର, ୧୬/୦୭: ଜୟପୁର ଜିଲା ଚିକିତ୍ସାଳୟ ଚକାଚକ ଦେଖାଯାଉଛି। ସାଜସଜ୍ଜା ସହ ସୁନ୍ଦର ପରିବେଶ ରହିଛି । ଚିକିତ୍ସାଳୟ ପରିଛନ୍ନ ଓ ସ୍ୱଚ୍ଛ ରହିଛି । ଭିତ୍ତିଭୂମି ପୁରାପୁରି ସବଳ, କିନ୍ତୁ ଡାକ୍ତର ଅଭାବରୁ ରୋଗୀ ସେବା ଦୁର୍ବଳ । ଦକ୍ଷିଣ ଓଡ଼ିଶା ଏକ ପ୍ରମୁଖ ସହର ଜୟପୁରା ଗମନାଗମନ କ୍ଷେତ୍ରରେ ଜୟପୁରର ଏକ ସ୍ବାତନ୍ତ୍ର୍ୟତା ରହିଛି । ଜୟପୁରରେ ଉପଖଣ୍ଡ ଚିକିତ୍ସାଳୟକୁ ଜିଲା ଚିକିତ୍ସାଳୟରେ ପରିଣତ କରିବାକୁ ଦାବି କରାଯାଇଥିଲା । କୋରାପୁଟରେ ମେଡିକାଲ କଲେଜ ଖୋଲିବାର ପ୍ରୟାସ ଆରମ୍ଭ ହେବା ପରେ ୨୦୧୮ ମସିହାରେ କୋରାପୁଟର ଜିଲା ଚିକିତ୍ସାଳ ଜୟ ପୁର କୁ ସ୍ଥାନ । ନ୍ତ ରି ତ ହୋଇଯାଇଥିଲା । ସହରର ଫୁଲବେଡାର ଏମସିଏଏଚ (ମଦର ଏଣ୍ଡ ଚାଇଲୁ ହସପିଟାଲ)ରେ ଜିଲ୍ଲା ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଗଲା । ପରବର୍ତ୍ତୀ ସମୟରେ ଫୁଲବାଡ ଠାରେ ୨୩ଏକର ଜମିରେ ଜିଲା ଚିକିତ୍ସାଳୟର ନୂତନ କୋଠା ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଗଲା। ସାତ ମହଲା ବିଶିଷ୍ଟ ନୂତନ କୋଠାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୫ ଡିସେମ୍ବର ୨୦୨୪ରେ ଉଦଘାଟନ କରିଥିଲେ । ବିରାଟକାୟ ଚିକିତ୍ସାଳୟ କୋଠା ଦେଖୁଲେ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀ ସୁସ୍ଥ ହୋଇ ଏଠାରୁ ଫେରିବେ ବୋଲି ପ୍ରଥମେ ଅନୁଭବ କରୁଛନ୍ତି । ହେଲେ ଡାକ୍ତରଖାନାରେ ଭର୍ତି ହେବା ପରେ ଡାକ୍ତର ନଥିବା ଜାଣୁଛନ୍ତି ।
ଜିଲା ଚିକିତ୍ସାଳୟରେ ରୋଗୀଙ୍କୁ ସେବା ଯୋଗାଇବା ନିମନ୍ତେ ୧୫୬ ଡାକ୍ତର ପଦ ରହିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏଠି ମାତ୍ର ୪୫ ଜଣ ଡାକ୍ତର ରହିଛନ୍ତି । ବଳକା ୧୧୧ ପବ ଖାଲି ପଡ଼ିଛି । ୭୦ ପ୍ରତିଶତରୁ ଊର୍ଦ୍ଧ୍ବ ଡାକ୍ତର ପଦ ଖାଲି ପଡ଼ିଛି ।
ଜିଲା ଚିକିତ୍ସାଳୟରେ ୪୩ଟି ସ୍ଵତନ୍ତ୍ର ଡାକ୍ତର ପଦ ବଦଳରେ ୧୭ ଜଣ ରହିଛନ୍ତି| ପ୍ରସୂତି ବିଭାଗର
୭ରୁ ୬ ଜଣ ରହିଛନ୍ତି। ଶିଶୁ ବିଭାଗରେ ୧୨ ରୁ ୩, ଭେଷଜ ବିଭାଗରେ ୩ରୁ ୨, ସର୍ଜରୀ ବିଭାଗରେ ୩ ରୁ ଜଣେ, ନିଶ୍ଚେତକ ବିଭାଗରେ ୩ ଜଣ ଡକ୍ତରଙ୍କ ମଧ୍ୟରୁ ଜଣେ ମଧ୍ଯ ନିଯୁକ୍ତି ପାଇ ନାହାଁନ୍ତି । ଚକ୍ଷୁ ବିଭାଗେର ୩ ରୁ ୨, ଅସ୍ତ୍ରଶଲ୍ୟ ବିଭାଗରେ ୨ ଜଣ ଡାକ୍ତର ବଦଳରେ ମ। ତ୍ର ଜ ଣ
ପେଥୋଲୋଜିରେ ୨ଟି ରୁ ଜଣେ ରହିଥିବା ବେଳେ ରେଡିଓଲୋଜିରେ ଜଣେ ମଧ୍ୟ ଡାକ୍ତର ନାହାନ୍ତି । ଚର୍ମ ଓ ଟିବି ବିଭାଗ ଡାକ୍ତର ଶୂନ୍ୟ ହୋଇ ହୋଇପଡ଼ିଛି । କଣ୍ଠ, ନାଶା ଓ ଗଳା ବିଭାଗରେ ଜଣେ ଡାକ୍ତର ରହିଛନ୍ତି । କାର୍ଡିଓଲଜି, ନ୍ୟୁରୋ ଓ ସାଇକ୍ରିଆଟିକ ପଦ ଖାଲି ପଡ଼ିଛି । ଜଣେ ମାତ୍ର ଡାକ୍ତର ଦନ୍ତ ଚିକିତ୍ସା ପାଇଁ ରହିଛନ୍ତି । ଜିଲା ଚିକିତ୍ସାଳୟରେ ୫୦ ପ୍ରତିଶତରୁ ଉର୍ଦ୍ଧ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଛି । ଜୟପୁର ଜିଲା ଚିକିତ୍ସାଳୟ ଉପରେ ଜୟପୁର ଉପଖଣ୍ଡ ତଥା ଜିଲା ବାହାର ଗ୍ରାମବାସୀ ନିର୍ଭର କରନ୍ତି ।
ଭେଷଜ, ଅସ୍ଥିଶଲ୍ୟ ଓ ସର୍ଜରୀ ବିଭାଗର ଡାକ୍ତର ପଦ ଖାଲି ପଡ଼ିଥିବାରୁ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଉନ୍ନତଚିକିତ୍ସା ଯୋଗାଇ ଦିଆଯାଇ ପାରୁନି ।
ଗୁରୁତର ରୋଗୀ ଜିଲା ଚିକିତ୍ସାଳୟରୁ ରେଫର ହେଲେ ସିଧା ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଯାଉଛନ୍ତି । ଅନେକ ରୋଗୀ ଆନ୍ଧ୍ରପ୍ରଦେଶ ଯିବା ସମୟରେ ବାଟରେ ମୃତ୍ୟୁବରଣ କରୁଥିବା ନଜିର ରହିଛି । ଜିଲା ଚିକିତ୍ସାଳୟରେ ଅନେକ ଅତ୍ୟାଧୁନିକ ଟେଷ୍ଟିଙ୍ଗ ଓ ଅପରେସନ ସରଞ୍ଜାମ ପଡ଼ି ରହିଛି କିନ୍ତୁ ବିଶେଷଜ୍ଞ ନଥିବାରୁ ସେଗୁଡିକ ବ୍ୟବହାର କରାଯାଇପାରୁନି । ଦୀର୍ଘଦିନ ଧରି ଅପରେସନ ଏବଂ ପରୀକ୍ଷଣ କରିବା ପାଇଁ ରହିଥିବା ସରଞ୍ଜାମ ଖତ ଖାଇବାକୁ ବସିଲାଣି ।
କମ ସଂଖ୍ୟ ବିଶେଜ୍ଞ ଡାକ୍ତର ରହିଥିବାରୁ କାର୍ଯ୍ୟ କ୍ଷେତ୍ରରେ ଅଧିକ ଚାପ ପଡ଼ୁଥିବା ଅନେକ ଡାକ୍ତର ମତ ପ୍ରକାଶ କରିଛନ୍ତି ।
କୋରାପୁଟରୁ ଜିଲା ଚିକିତ୍ସାଳୟ ସ୍ଥାନାନ୍ତର ହେବା ପର ଠାରୁ ଅସ୍ଥି ଶଲ୍ୟ ଅପରେସନ କରିବା ସରଞ୍ଜାମ ଜୟପୁର ଡାକ୍ତରଖାନାକୁ ଆସି ପାରିଲା ନାହିଁ । ଦୁର୍ଘଟଣା କେଶ ପହଞ୍ଚିଲେ ଡାକ୍ତର ଅପରେସନ ନକରି ପାରି ହାତ ଟେକି ଦେଉଛନ୍ତି ଜିଲା ଚିକିତ୍ସାଳୟରେ ଅସ୍ତ୍ରୋପଚାର ସମୟରେ ନିଶ୍ଚେତକ ଡାକ୍ତରଙ୍କ ଆବଶ୍ୟକତା ରହିଛି ପ୍ରତିଦିନ ହାରାହାରି ୭ ରୁ ୮ଜଣ ପ୍ରସୂତିଙ୍କୁ ଅସ୍ତ୍ରୋପଚାର କରାଯାଉଛି । କିନ୍ତୁ ଡାକ୍ତର ଖାନାରେ ସ୍ଥାୟୀ ନିଶ୍ଚେତକ ନିଯୁକ୍ତି ନପାଇବା ଦୁର୍ଭାଗ୍ୟର ବିଷୟ ବୋଲି ନାରୀ ସଂଗଠନ ମାନେ ଅଭିଯୋଗ କରିଛନ୍ତି ।