DIstrictHealthMalkangiriNationOdishaPolitics

ସୌମ୍ୟାଶ୍ରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ବିକ୍ଷୋଭ

ମାଲକାନଗିରି, ୧୫/୦୭: ବାଲେଶ୍ବର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରୀ ସୌମ୍ୟାଶ୍ରୀର ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ମହାବିଦ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବହୁ ଅଭିଯୋଗ ସତ୍ବେ ନ୍ଯାୟ ନ ମିଳିବାରୁ ଶେଷରେ ନିଜ ଦେହରେ ଅଗ୍ନି ସଂଯୋଗ କରି ଆତ୍ମାହୁତି ଦେଇ ପରିଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲା ଛାତ୍ରୀ ସୌମ୍ୟାଶ୍ରୀ ବିଶି । ବାଲେଶ୍ୱର ସ୍ଥିତ ଫକିର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଏବଂ ଆଜି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ସମ୍ୱନ୍ଧରେ ସରକାରଙ୍କ ବିଫଳତା, ଓଡ଼ିଶାରେ ଦିନକୁ ଦିନ ଗଣବଳତ୍କାର ବୃଦ୍ଧିକୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଜିଲ୍ଳା କଂଗ୍ରେସର ସମସ୍ତ ଦଳୀୟ କର୍ମକର୍ତ୍ତା ମିଶି ରାଜ୍ୟର ସମସ୍ତ ଛାତ୍ରୀ ମାନଙ୍କର ସୁରକ୍ଷା, ନାରୀ ନିର୍ଯାତନା ତଥା ଏହି ଅପାରଗ ଡବଲ ଇଞ୍ଜିନ ସରକରଙ୍କ ଏକ ବର୍ଷ ମଧ୍ୟରେ ଯେଉଁ ଭଳି ଅତ୍ୟାଚାର ଚାଲିଛି,

ସେହି ସବୁ ବିଫଳତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମାଲକାନଗିରି ମହାବିଦ୍ୟାଳୟ ସମ୍ମୁଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଆଗାମୀ ୧୭ ତାରିଖରେ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲାରେ ଅଖଚକ ବନ୍ଦ ରିହିବା, ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ କଂଗ୍ରେସ ଦୃଢ ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟ ବାଣିଜ୍ୟ ଆଦି ସମ୍ପୂର୍ଣ ବନ୍ଦ କରିବାକୁ କଂଗ୍ରେସ ଅନୁରୋଧ କରିଛି। ଏହି ବିକ୍ଷୋଭ ରେ ଜିଲ୍ଳା କଂଗ୍ରେସ ର ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ପି. କେଶୁ ରାଓ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ହାଲଦାର, ପଦ୍ମ ପାଙ୍ଗି, ଭିମା ବାର୍ଷେ , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଇଶାକ ଖୋସଲା, ପ୍ରଭାକର ପାଳଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button