
ଭଞ୍ଜନଗର,୧୫/୭:ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଉପସଭାପତି ପର୍ଶୁରାମ ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ସଦସ୍ୟ ଅମରବିଳାସ ବେହେରା ବୈଠକର ଉଦ୍ଦେଶ୍ୟ ସଂର୍ପକରେ କହିଥିଲେ। କେନ୍ଦ୍ର ସରକାର ପେନସନ ଭୋଗୀଙ୍କ ପାଇଁ ନିୟମରେ ପରିବର୍ତ୍ତନ ଆଣି ଆର୍ଥିକ ଅସୁବିଧା କରିବା ଲକ୍ଷ୍ୟରେ ପାର୍ଲିଆମେଣ୍ଟରେ ଚିଠା ପ୍ରସ୍ତାବ ଆଗତ ଉପରେ କ୍ଷୋଭ ପ୍ରକାଶ କରାଯାଇଥିଲା।
ଫଳରେ ପେନସନ ଭୋଗୀ ଆର୍ଥିକ କ୍ଷତିର ସମ୍ମୁଖୀନ। ଏଥିସହ ଭଞ୍ଜନଗର ଏନ୍ଏସିକୁ ମୁନିସିପାଲିଟି ଘୋଷଣା,ଘୁମୁସର ଜିଲ୍ଳା ଗଠନ,ରେଳପଥ ସଂର୍ପକରେ ଆଲୋଚନା କରାଯାଇଥିଲା। ସଂଘର ଏକ ସ୍ଥାୟୀ ଗୃହର ଆବଶ୍ୟକତା ଉପରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଅନିଲ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ସୁବାସ ଚନ୍ଦ୍ର ତାରିଣୀ, ଜଗବନ୍ଧୁ ଜେନାଙ୍କୁ ଦାୟିତ୍ୱ ଦିଆଗଲା। ନେତାଜୀ ବିଷୋୟୀ,ରାଜକୁମାର ସାହୁ ଓ ବୃନ୍ଦାବନ ନାୟକ ନୂତନ ଭାବେ ସଂଘରେ ଯୋଗ ଦେଇଥିଲେ। ଶେଷରେ ସନ୍ତୋଷ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l