DistrictEducationHealthKoraputNationOdishaPoliticsSports

ଅନ୍ତଃଜିଲ୍ଲା କିକ୍‌ବଜିଂ ଚାମ୍ପିଅନସିପ୍ ୭ ସ୍ୱର୍ଣ୍ଣ ସହ ୧୬ ପଦକ ହାସଲ

ଜୟପୁର,୧୪/୭: ଅନୁଗୁଳରେ ଆୟୋଜିତ ଅନ୍ତଃଜିଲ୍ଲା ଆର୍ମିଚର କିକ୍‌ବକ୍ତି ଚାମ୍ପିଅନସିପରେ କୃତିତ୍ୱ ହାସଲ କରିଛନ୍ତି ସହରର ଖେଳାଳି। ଏଠାକାର ୧୩ ଜଣ ଖେଳାଳି ୧୬ଟି ପଦକ ହାସଲ କରିଛନ୍ତି। ସେ ଭି ଭିତରେ ରହିଛି ୭ଟି ସ୍ପର୍ଶ, ୨ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ।

ସ୍ଥାନୀୟ ଇଣ୍ଡିଆନ ଅଲ୍ଟିମେଟ ଫାଇଟ କ୍ଲବର ପ୍ରଶିକ୍ଷକ ସୟଦ ହବିବ କହିଛନ୍ତି, ଗତ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୁଳର ଟେବୁଲଟେନିସ୍ ଇଣ୍ଡୋର ଗ୍ରାଉଣ୍ଡରେ ଏହି ପ୍ରତିଯୋଗିତା ହୋଇଥିଲା। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ରାଜ୍ୟ ଆର୍ମିଚର କିଜ୍ ବଜିଂ ମହାସଂଘ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଅଲ୍ଟିମେଟ ଫାଇଟ କ୍ଲବ ପକ୍ଷରୁ ୧୩ ଜଣ ଖେଳାଳି ଏଥିରେ ଭାଗ ନେଇଥିଲେ। ବିଭିନ୍ନ ବର୍ଗରେ ତୁଋଣ ଖୋସଲା ୨ଟି ସ୍ପର୍ଶ ପାଇଥିବା ବେଳେ ରାହୁଲ ପଟ୍ଟନାୟକ, ବିଜୟ ସାହୁ, ରିହାନ ଖାନ୍, ଶେଖ୍ ଶେହେବାଜ ହୁସେନ, ରଞ୍ଜିତ କୁମାର ଗୋଟିଏ ଲେଖାଁଏ ସ୍ପର୍ଶ ହାସଲ କରିଛନ୍ତି।

ଅଭିଷେକ ଦାଶ ଓ ମାନସ ନାୟକ ଗୋଟିଏ ଲେଖାଏଁ ରୌପ୍ୟ ପାଇଛନ୍ତି। ୭ଟି ବ୍ରୋଞ୍ଜ ପଦକ ପାଇଥିବା ଖେଳାଳିମାନେ ହେଲେ ମୋହିତ ଯାଦବ, ଶେଖ୍ ଶେହେବାଜ ହୁସେନ, ଅଭିଷେକ ଦାସ, କେ. ବାହୁଲ୍ୟ, ରିହାନ ଅଲ୍ଲୀ, ଆଭ୍ୟନ ମିଶ୍ର ପ୍ରମୁଖ। ଏମାନଙ୍କ ମଧ୍ୟରେ ମୋହିତ ପାଇଛନ୍ତି ୨ ପଦକ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button