
ଭଞ୍ଜନଗର, ୧୪/୦୭: ଭଞ୍ଜନଗର ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନ ମହୋତ୍ସବ ପାଳନ ସହିତ ଏକ୍ ପେଡ୍ ମାଁ କେ ନାମ୍ – ୨.୦ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନମୋହନ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ମୁଖ୍ୟ ବକ୍ତା ରୂପେ ଏ ବି ଇ ଚରଣ ବେହେରା ଏବଂ ସ୍ଵତନ୍ତ୍ର ସମ୍ମାନିତ ଅତିଥି ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଓ ବଦକୋଦଣ୍ଡା କ୍ଲଷ୍ଟର ସି ଆର ସି ସି ତଥା ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ବିତୀକୃଷ୍ଣ ଲେଙ୍କା, ଏନ ଏ ସି, ସି ଆର ସି ସି ବିଭୁ ପ୍ରସାଦ ମହାପାତ୍ର , ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ, କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଅଧ୍ୟାପିକା କିରଣ କହଁର ଆଦି ଯୋଗ ଦେଇଥିଲେ।
ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଆର୍ମି ଉଇଙ୍ଗ ସେକେଣ୍ଡ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଏନ୍ ସି ସି କ୍ୟାଡେଟ ଇକୋ କ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ ଯୋଗ ଦେଇ “ପିଲାଟିଏ ଗଛଟିଏ” ଏବଂ “ଓ୍ଵାନ୍ କ୍ୟାଡେଟ ଓ୍ବାନ ଟ୍ରୀ” ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରିଥିଲେ।
କାର୍ଯ୍ୟକ୍ରମର ପ୍ରଥମ ଭାଗରେ ବନମହୋତ୍ସବ ଓ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରିବା ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏଥିରେ ବନପାଳ ବବୁଲୁ କୁମାର ସେଠୀ, ମନୋଜ କୁମାର ନାୟକ, ପ୍ରତାପ କୁମାର ସ୍ୱାଇଁ , ମିଥୁନ ପ୍ରଧାନ, ଭିକାରି ବିଷୋୟୀ ସହଯୋଗ କରିଥିଲେ।