DIstrictEducationNationOdishaPolitics

ରାଧାକୃଷ୍ଣ ପାଠାଗାର ପକ୍ଷରୁ ଆଲୋଚନା ଚକ୍ର

ଭଞ୍ଜନଗର,୧୪/୦୭: ଭଞ୍ଜନଗର ସ୍ଥିତ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ସମ୍ବିଧାନର ମୁଖବନ୍ଧରୁ ଧର୍ମ ନିରପେକ୍ଷତା ଓ ସମାଜବାଦ ଶବ୍ଦର ଉଚ୍ଛେଦ କେତେ ଯଥାର୍ଥ? ପ୍ରସଙ୍ଗ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଭାପତି ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନ ସୁରକ୍ଷିତ ରହିଲେ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିମନ୍ୟୁ ଗୌଡ଼ ସୁପ୍ରିମ କୋର୍ଟରେ ଉକ୍ତ ଶବ୍ଦ ଦୁଇଟିକୁ ସମ୍ବିଧାନର ମୁଖବନ୍ଧରୁ ଉଚ୍ଛେଦ ପାଇଁ ମୋକଦମା ହୋଇଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାନିତ ଶବ୍ଦ ଦୁଇଟି ସମ୍ବିଧାନର ମୂଳ ଢାଞ୍ଚାର ବ୍ୟତିକ୍ରମ ନୁହେଁ ବୋଲି କହି ମୋକଦମା ଖାରଜ କରିଦେଇଥିବା କହିଥିଲେ।

ଧର୍ମକୁ ନେଇ ରାଜନୀତି କରିବା ଯର୍ଥାଥ ନୁହେଁ ବୋଲି ପ୍ରକାଶ କରିଥିଲେ। ଆଇନଜୀବୀ ବୈଦ୍ୟନାଥ ସାହୁ, ସମ୍ମାନିତ ଅତିଥି କବି ପ୍ରଶାନ୍ତ ମହାନ୍ତି,ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକ, ଆମ୍ବେଦକର ବିଚାର ମଞ୍ଚର ରାଜ୍ୟ ସଙ୍ଗଠକ ସୁଧୀର ନାୟକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ,ନିରଞ୍ଜନ ପ୍ରଧାନ ଓ ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଜୟରାମ ଗୌଡ଼, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ତାରିଣୀ ନାୟକ, ଶିକ୍ଷକ ଅରବିନ୍ଦ ସାହୁ, କୃଷ୍ଣ ବାଡତ୍ୟା,ପଞ୍ଚାନନ ନାୟକ,ସାହେବ ନାୟକ,ଉତ୍ତମ ପ୍ରଧାନ ସମେତ ଅନ୍ୟ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button