BusinessNationOdishaPolitics

ଅଭିନବ ଉପାୟରେ ଗୋ-ମାଂସ ଚାଲାଣ….. ଆଳୁ ବୋଝେଇ ଟ୍ରକ ଓଲଟିବା ଯୋଗୁଁ ଓଡିଶାରୁ ଆନ୍ଧ୍ରକୁ ଯାଉଥିବା ୧୦ ଟନ ଗୋ-ମାଂସ ଜବତ ହେଲା

ପାରଳାଖେମୁଣ୍ଡି,୧୪/୦୭: ଓଡିଶାରୁ ଗୋ – ମାଂସର ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଓଡିଶାରୁ ଆଳୁ ବୋଝେଇ ଟ୍ରକ ଭିତରେ ୧୦ ଟନରୁ ଉର୍ଦ୍ଧ ଗୋ-ମାଂସ ଆନ୍ଧ୍ରକୁ ଚାଲାଣ ହେଉଥିବା ବେଳେ ଗାଡିଟି ଦୁର୍ଘଟଣା ଗସ୍ତ ହେବା ଯୋଗୁଁ ଏହି ଗୋ-ମାଂସ ଚାଲାଣ ଧରା ପଡିଛି. ଏହି ଘଟଣା ନେଇ ଆନ୍ଧ୍ର ପୋଲିସ ଗାଡିକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଆଜି ସକାଳ ସମୟରେ ଆନ୍ଧ୍ରର ଶିକାକୁଲମ ଜିଲ୍ଲା କାଞ୍ଚିଲି ଥାନା ପରିସରର ମୁରାଗାମ ଗ୍ରାମ ନିକଟର ଜାତୀୟ ରାଜପଥରେ ଓଡି -023ଡ଼ବ୍ଲୁ 2471 ନଂ ବିଶିଷ୍ଟ ଏକ ଅଶୋକ ଲାଇଲାନ ଟ୍ରକଟି କୌଣସି କାରଣରୁ ଦୁର୍ଘଟଣା ଘାଟି ରାସ୍ତା କଡ଼ରେ ଓଲଟି ପଡିଥିଲା.

ଓଲଟି ପଡିବା ପରେ ଟ୍ରକରୁ ଆଳୁ ସହ ଗୋ-ମାଂସ ରାସ୍ତା ଉପରେ ବିଛେଇ ହୋଇ ପଡିଥିଲା. ଏହା ଦେଖି ଅଞ୍ଚଳବାସୀ ଓ ଜାତୀୟ ରାଜପଥରେ କାର୍ଯ୍ୟରତ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ. ପରେ ଏହି ଘଟଣା ଆନ୍ଧ୍ର କାଞ୍ଚିଲି ପୋଲିସଙ୍କ ଠାରେ ପହଞ୍ଚିବା ପରେ ଏହି ଘଟଣାର ଅଭିଯୋଗ କାଞ୍ଚିଲି ଥାନାରେ ପହଞ୍ଚିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ. ଟ୍ରକରେ ଆଳୁ ସହିତ ପ୍ରାୟ 10 ଟନ ଗୋ-ମାଂସ ଓଡିଶାରୁ ଆନ୍ଧ୍ରର ରାଜମହେନ୍ଦ୍ରିକୁ ଚୋରା ଚାଲାଣ ହେଉଥିବା ଜାଣିବା ପରେ ଟ୍ରକ ସହିତ ଗୋ-ମାଂସକୁ ପୋଲିସ ଜବତ କରିଥିଲେ. ଏହି ଘଟଣାରେ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରହିଥିବା ଜଣା ପଡିଛି.

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button