ଶ୍ରାବଣ ମାସର ପ୍ରଥମ ସମବାର ରେ କେଲିଆ ଶୈବ ପୀଠରେ ଶତାଧିକ ଭକ୍ତଙ୍କ ଭିଡ଼

ନବରଙ୍ଗପୁର, ୧୪/୦୭:-କେଲିଆ ଶିବମନ୍ଦିର ଠାରେ ଶ୍ରାବଣ ପ୍ରଥମ ସୋମବାର ରେ ଶିବଙ୍କୁ ଜଳ ଅଭିଷେକ କଲେ ଶତାଧିକ ଶିବ ଭକ୍ତ । ଏଭଳି ଆଜି ଡାବୁଗାଁ ବ୍ଲକର ବାଘବେଡା ଶିବମନ୍ଦିର,ଜୁନାପାଣି ଧବଳେଶ୍ବର ମନ୍ଦିର ,ଡାବୁଗାଁ ସଦର ମହକୁମା ସ୍ଥିତ ଶିବମନ୍ଦିର ସହ ବିଭିନ୍ନ ଶିବ ମନ୍ଦିର ଠାରେ ଜଳାଭିଷେକ କଲେ ଶିବଭକ୍ତ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି ! ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ! ଧାର୍ମିକ ମାନ୍ୟତାନୁସାରେ ଏହି ମାସରେ ଭଗବାନ ଶିବଙ୍କ ଅଭିଷେକ କରିବା ଖୁବ ଫଳଦାୟୀ ହୋଇଥାଏ ! ସେଥିପାଇଁ ଏହି ମାସରେ ଲୋକେ ରୁଦ୍ରାଭିଷେକ କରିଥାନ୍ତି !
ଏହି ମାସରେ ପୂଜାପାଠ ଦାନ ଧର୍ମ ଓ ପ୍ରାପ୍ତସାନ୍ନ ଆଦି କଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ! ଗୋଟିଏ ମାସ ପୁରା ବୋଲବମ ନାରାରେ ସାରା ବିଶ୍ୱ କମ୍ପି ଉଠିଲା ! ଶିବ ମନ୍ଦିର ଗୁଡିକରେ ରେ ଭକ୍ତ ଙ୍କ ଗହଳି ପୁରା ମାସସରା ଚାଲିଛି ଏହା ରାକ୍ଷୀ ପୂର୍ଣ୍ଣିମା ପର୍ଯନ୍ତ ଏଭଳି ଚାଲିବ । ଦୂରଦୂରାନ୍ତ କୁ ବୋଲବମ ଭକ୍ତ ମାନେ ଆସି ପାଣି ନେଇ ପଦ ଯାତ୍ରା କରି ଶିବ ମନ୍ଦିର ପରିସରକୁ ଆଶୀ ଜଳ ଅର୍ପଣ କରୁଛନ୍ତି ମହାଦେବଙ୍କୁ। ଯୁଆଡେ ଗଲେ ବୋଲବମ ବୋଲବମ ନାରା ରେ ସାରା ସହର କମ୍ପି ଉଠିବ ।