
ଭଞ୍ଜନଗର,୧୩/୦୭: ଭଞ୍ଜନଗର ବ୍ଲକ ଅଧିନ ବ୍ରାହ୍ମଣ ପଦର ପଞ୍ଚାୟତର ପେଟକିଆରି ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଆଜି ସେ ଜମିରେ କାମ କରୁଥିବା ସମୟରେ ହଠାତ ବର୍ଷା ପବନ ସହ ବିଜୁଳି ଘଡଘଡି ହୋଇଥିଲା।
ଏହି ସମୟରେ ବଜ୍ରପାତ ଘଟିବାରୁ ସେହି ଗ୍ରାମର ଶଙ୍କର ସେଠୀଙ୍କ ପତ୍ନୀ ବାସନ୍ତୀ ସେଠୀ ଆହତ ହୋଇଥିବା ଜଣାପଡିଛି। ତାଙ୍କର ଗୋଡ଼ ଏବଂ ପିଠିରେ ଆଘାତ ଲାଗିଥିବା ବେଳେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ଚାଲିଥିବା ଜଣାପଡିଛି।