DIstrictKoraputNationOdisha

ଚୋରି ସାମଗ୍ରୀ ଜବତ, ୩ ନାବାଳକଙ୍କୁ ଧରିଲା ପୋଲିସ

ସୁନାବେଡ଼ା, ୧୩/୦୭: ସୁନାବେଡ଼ା ଥାନା ଅଧୀନ କୋଡି ଗାଁର କୂଶଳା ଆଶ୍ରମ କଲୋନୀରେ ଗତମାସରେ ଏକ ଚୋରି ଘଟଣରେ ପୋଲିସ ୩ ନାବାଳକଙ୍କୁ ଧରିଛି। ସୂଚନା ଅନୁଯାୟୀ, କୂଶଳା ଆଶ୍ରମ କ କଲୋନୀର ସମିର କୁମାର ପ୍ରଧାନଙ୍କ ଘର କବାଟ ସହ ଆଲମାରି ଭାଙ୍ଗି କେତେକ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ନେଇ ସୁନାବେଡା ଥାନାରେ କେସ ୧୦୪/୨୫ରେ ଏକ ମାମଲା ରୁଜୁ ହୋଇଥିଲା।

ତଦନ୍ତ କରି ଏସ୍‌ଆଇ ନିର୍ମଳା ଲିମା ୩ ନାବାଳକଙ୍କୁ ଧରିଛନ୍ତି। ଘର କାକିଗାଁ, ଉପର ସାହି ଏବଂ ବିଲେଇ ଗୁଡା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କଠାରୁ ୩ ଲକ୍ଷ ୪୦ ହଜାର ଟଙ୍କା, ୩ଟି ସୁନା ହାର,୩ ହଳ କାନଫୁଲ, ୨ଯୋଡା ଚୁଡ଼ି ସହ ହଳେ ରୁପା ପାଉଁଜି, ଗୋଟିଏ ଅଲ୍ଟ୍ରା କାର,୩ ମୋବାଇଲ, ୩ ଗ୍ୟାସ ସିଲିଣ୍ଡର ଓ ୪ ଇନଭର୍ଟର ବ୍ୟାଟେରୀ ପୋଲିସ ଜବତ କରିଛି। ଭିଯୁକ୍ତମାନେ ଚୋରି ଟଙ୍କାରେ ଏକ କାର କିଣିଥୁବା ପୋଲି ଲିସ ସୂତ୍ରରୁ ଜଣାପଡିଛି। ୩ ବାଳକଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥ‌ିବା ସୁନାବେଡା ଥାନା ଅଧିକାର ରୀ ସୁଷୁମା କୁହଁର କହିଛନ୍ତି। ଶନିବାର ଅଭିଯୁକ୍ତ ୩ ନାବାଳକକୁ ଜୁଭେନାଇ ନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ସୁନାବେଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Suraj Bagh (District Reporter) Koraput

Related Articles

Leave a Reply

Your email address will not be published. Required fields are marked *

Back to top button