DIstrictEducationEntertainmentHealthMalkangiriNationOdishaPolitics

କବି କେଶବ ଚନ୍ଦ୍ର ନାୟକଙ୍କ ଦାରୁ ଦେବତା ପୁସ୍ତକ ଉନ୍ମୋଚିତ

ମାଲକାନଗିରି।ତା,୧୩/୦୭: ଉତ୍କଳ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ କବି କେଶବ ଚନ୍ଦ୍ର ନାୟକଙ୍କ ଭାବ ଭକ୍ତି ପୂର୍ଣ୍ଣ ଭଜନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ତପନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଏ ଈଶ୍ୱର ରାଓ, ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ମଞ୍ଚାସୀନ ଥିବା ବେଳେ ସଂପାଦକ ଅନନ୍ତ କିଶୋର ନନ୍ଦ ମଞ୍ଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ବିଧାୟକ ନରସିଂହ ମାଡକାମୀ କହିଲେ ଯେ ମଣିଷ ଜୀବନରେ ଭକ୍ତି ସଂଗୀତର ମୂଲ୍ୟବୋଧ ରହିଛି। ଆମେ ସାହିତ୍ୟକୁ ଛାଡି ବଞ୍ଚି ପାରିବା ନାହିଁ। ମାଲକାନଗିରି ମାଟିରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ କବି କେଶବ ଚନ୍ଦ୍ର ନାୟକଙ୍କ ଅବଦାନ ଅବିସ୍ମରଣୀୟ।ସେ କେବଳ ସାମ୍ବାଦିକ ଭାବେ ଆମ ଗହଣରେ ପରିଚିତ ନୁହଁନ୍ତି। ସେ ଏକା ଧାରରେ ଜଣେ ସୁବକ୍ତା, ସମାଜ ସେବୀ, ପ୍ରକୃତି ବନ୍ଧୁ,କବି, ଲେଖକ, ଗାଳ୍ପିକ ଓ ସ୍ତମ୍ଭକାର। ତାଙ୍କର ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ।
ତାଙ୍କର ୮ ଗୋଟି ପୁସ୍ତକ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇଛି। ଏଣୁ ଓଡ଼ିଆ ସାହିତ୍ୟ ର ଉତ୍ତରୋତ୍ତର ଉନ୍ନତି ପାଇଁ ସେ ସହଯୋଗ କରିବାକୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ତପନ କୁମାର ବେହେରା ଦାରୁ ଦେବତା ପୁସ୍ତକର ସମୀକ୍ଷା କରିବା ସହିତ ଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। କବି କେଶବ ଚନ୍ଦ୍ର ନାୟକ ମାଲକାନଗିରି ଜିଲ୍ଲାରେ କିପରି ଓଡ଼ିଆ ସାହିତ୍ୟର ବିକାଶ ଦିଗରେ ସମଗ୍ର ଜୀବନ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସିଛନ୍ତି ସେ ବର୍ଣ୍ଣନା କରିଥିଲେ। ମାତ୍ର ୧୦ ଦିନ ମଧ୍ୟରେ ୬୧ ଗୋଟି ଜଗନ୍ନାଥ ଭଜନ ଲେଖିବାରେ ସକ୍ଷମ ହୋଇଥିଲେ ସେ ମତବ୍ୟକ୍ତ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଗତ ବର୍ଷ ଗୁଣ୍ଡିଚା ଯାତ୍ରା ରେ “ଦାରୁ ବ୍ରହ୍ମ” ପୁସ୍ତକ ଟି ଲୋକାର୍ପିତ ହୋଇଥିଲା ବେଳେ ଆଜି ଦାରୁ ଦେବତା ପୁସ୍ତକଟି ଲୋକାର୍ପିତ ହୋଇ ପାରିଛି। ସବୁ ସେ ପ୍ରଭୁଙ୍କ ଲୀଳା ବୋଲି ପ୍ରକାଶ କରିଥିଲେ। କବି କେଶବ ଚନ୍ଦ୍ର ନାୟକଙ୍କ ଦ୍ବାରା ରଚିତ ଭାବ ଭକ୍ତି ପୂର୍ଣ୍ଣ ଭଜନ ଓ କଣ୍ଠଶିଳ୍ପୀ ଶ୍ରୀମତୀ ବନଜା ମିଶ୍ରଙ୍କ ସଂଗୀତକୁ ଶ୍ରୋତାମାନଙ୍କୁ ଶ୍ରବଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଦ୍ୟାଳୟ ସଭାପତି ବିଜୟ ବିଶ୍ବାସ, ବର୍ତ୍ତମାନର ବିଦ୍ୟାଳୟ ସଭାପତି ଗୋବିନ୍ଦ ବିଶ୍ବାସ, ଶିକ୍ଷକ ଗୋଦାବରୀଶ ଦାସ, ପ୍ରମୋଦ କୁମାର ମିଶ୍ର, ସନ୍ତୋଷ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ସଂପାଦକ ଅନନ୍ତ କିଶୋର ନନ୍ଦ ସୁନ୍ଦର ମଞ୍ଚ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button