
ସୁନାବେଡ଼ା, ୧୨/୦୭: ସୁନାବେଡ଼ା-୩ ସ୍ଥିତ କଳାହାଣ୍ଡି କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟ ବାଳକ ଦେବ ଖର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସେ ପୁରୁଣା ଶ୍ରବଣ ବାଧିତ ଶିଶୁ ବିଦ୍ୟାଳୟ ପରିସରରେ ଥିବା ଏକ ପାଇପରେ ଶାଢ଼ୀ ଲଗାଇ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି।ସ୍ଥାନୀୟ ସୂଚନା ଅନୁଯାୟୀ, କିଛି ସମ୍ପର୍କୀୟ ପିଲା ସେହି ସ୍ଥାନକୁ ଯାଇଥିବା ସମୟରେ ଦେବଙ୍କ ମୃତଦେହ ପାଇପରେ ଝୁଲୁଥିବା ଦେଖି ତୁରନ୍ତ ସୁନାବେଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇ ସୁନାବେଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ଏବଂ ତଦନ୍ତ ଆରମ୍ଭ କରିଛି।ଆତ୍ମହତ୍ୟାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି।ସୁରଜ ବାଘଙ୍କ ରିପୋର୍ଟ