
ଭୁବନେଶ୍ଵର,୧୦/୦୭:ବହୁ ଚର୍ଚ୍ଚିତ ଅର୍ଜନା ନାଗ କେଳେଙ୍କାରୀ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ସେତେବେଳେ ବିଜଦ ସରକାରଙ୍କୁ କାଠ ଗଡାକୁ ଟାଣିଥିଲେ ଅର୍ଜନା ନାଗ। ଆଉ କହିଥିଲେ ମୋତେ ଫସାଇ ଦିଆଯାଇଛି, ମୁଁ ଚାହିଁଲେ ସରକାରଙ୍କୁ ୩୦ ମିନିଟରେ ବଦଳାଇ ଦେବି । ଏହି ଘଟଣାକୁ ନେଇ ବିଜଦ ନେତାମାନଙ୍କ ମଧ୍ୟରେ ଛନକ | ପଶିଥିଲା। ହେଲେ ଆଜି ଅର୍ଜନା ନାଗ ଗଣମାଧ୍ଯମ ସମ୍ମୁଖରେ ମୁହଁ ଖୋଲିଛନ୍ତି । ବିଜଦ ବିରୋଧରେ ବିଷ ଓଗାଳିଛନ୍ତି ଅର୍ଜନା ନାଗ । ମୋତେ ଫସାଇବାରେ ମୂଖ୍ୟ ଭୂମିକା ତୁଲାଇଥିଲେ ବିଜଦର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଓ ସାଂସଦ ମାନସ ମଙ୍ଗରାଜ । ଏମାନଙ୍କ କସାରାରେ ପୁଲିସ କାମ କରୁଥିଲା ।

ଅର୍ଜନା ୭ ଜଣଙ୍କ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବରେ ଜଣାଇଛି । ଗଣମାଧ୍ୟମ ସାମ୍ନାରେ ମିଛ ତଥ୍ୟ ରଖାଯାଇଥିଲା । ଘଟଣା ପଛରେ ଥିବା କାହାଣୀର ଗୋଟିଏ ପରେ ଗୋଟିଏ ଗୂ ମର ଖୋଲିଥିଲେ ଅର୍ଜ ନା । ମୋତେ ଅକ୍ଟୋବର ୬ରେ ଗିରଫ କରାଗଲା । ତା ପୂର୍ବରୁ ୪ ତାରିଖରୁ ଗୃହବନ୍ଦୀ କରାଯାଇଥିଲା । ଅକ୍ଟୋବର ୧୦ରେ ମୁଁ ଜାଣିଲି କିଏ କରିଥିଲେ ଅଭିଯୋଗ । କ’ଣ ଥିଲା ଅଭିଯୋଗ । ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା। ପୂରା ଘଟଣାର ମାଷ୍ଟରମାଇଣ୍ଡ ବିଜଦର ସାଂଗଠନିକ ସମ୍ପାଦକ ବବି ଦାସ, ଅମରେଶ ଜେନା, ମାନସ ମଙ୍ଗରାଜ, ତତ୍କାଳୀନ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିମାଂଶୁ ସାଇଁ, ତତ୍କାଳୀନ
ମରିବି ପଛେ ସତ ସାମ୍ନାକୁ ଆଣିବି
ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ । ଜେଲ ପାରେଡ଼ ନାଁରେ ମୋ ପାଖକୁ ଯାଉଥିଲେ । କୌଣସି କଏଦୀଙ୍କୁ ଭେଟୁ ନଥିଲେ । ପୁଲିସ ଟଙ୍କା ଦେଇ ଜେଲର କର୍ମଚାରୀଙ୍କୁ କିଣି
ଦେଇଥିଲେ । ମୋତେ ଜେଲରେ ନିର୍ଯାତନା ଦିଆଯାଉଥିଲା । ମୋତେ ଇଂଜେକସନ ଦେଉଥିଲେ । ମୋତେ ଜେଲରେ ମେଡ଼ିସିନ ଦେଉଥିଲେ । ମୋତେ ପାଗେଳୀ ବୋଲି ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡି ଯିବାକୁ ଚାପ ପକା ଯାଉଥିଲା ବୋଲି କହିଛନ୍ତି ଅର୍ଜନା ନାଗ । ଖାଲି ସେତିକି ନୁହେଁ, ମୋତେ ନିଶା ଇଞ୍ଜେଇକ ସନ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଉଥିଲା। ଜେଲ ଥୁଲା ବିଜଦ ନେତାଙ୍କ କବଜାରେ । ଜେଲକୁ ସେମାନେ କିଣି ଦେଇଥିଲେ ଆଉ ମୋ ପାଇଁ ରାତାରାତି ଜେଲରଙ୍କୁ ବଦଳି ମଧ୍ୟ କରାଯାଇଥିଲା। ମୋ ବିରୋଧରେ ବିଜଦ ନେତାଙ୍କ ଥୁଲା ସାଂଘାତିକ ଅଭିଯୋଗ । କିନ୍ତୁ ମୁଁ ମରିବି ପଛେ ସବୁ କଥା ସାମ୍ନାକୁ ଆଣିବି ବୋଲି । ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ
ବଡ ଖୁଲାସା କରିଛନ୍ତି।