
ଜୟପୁର,୧୩/୦୭7: ବ୍ୟାଙ୍ଗ ଭତ୍ତା ଜୟପୁରର ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ପୁଜାରୀ (୨୫) ଦିବ୍ୟାଚ୍ଚ ପାଇଁ ଆବେଦନ କରି ଗଲେଣି । ତଥାପି ଭତ୍ତା ମିଳୁନି । କେୱାଇସି ଅପଡେଟ କରାଯାଇନଥିବାରୁ ଚାଉଳ ମଧ୍ୟ ସେ ପାଉନାହାନ୍ତି । ଭତ୍ତା ପର ଭରସାରେ ଶଯ୍ୟାରେ ପଡ଼ି ରହିଛନ୍ତି ଲକ୍ଷ୍ମୀ । ୭ ବର୍ଷ ହେଲା ମାନସିକ ଅନଗ୍ରସର ହୋଇ ଶଯ୍ୟାଶାୟୀ ଥିବା ଲକ୍ଷ୍ମୀଙ୍କୁ ତ ସରକାର ଯୋଗାଇ ଦେଇ ପାରିଲେନି । ଆଜି ଯାଏ ତାଙ୍କୁ ସରକାରୀ ସାହାଯ୍ୟ ସାତସପନ ପରି ମନେ ହେଉଛି ।
ଭତ୍ତା ପାଇଁ ଲକ୍ଷ୍ମୀଙ୍କ ପରିବାର ବାରମ୍ବାର ପୌରପାଳିକାକୁ ଦୌଡି ନୟାନ୍ତ ହୋଇ ସାରିଲେଣି । ହେଲେ କେବେ ଭତ୍ତା ମିଳିବ ତାହାର ସଠିକ ଉତ୍ତର ପାଇ ପାରୁନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି । ଜୟପୁର ସହରର ୱାର୍ଡ ନମ୍ବର ୯ ଅନ୍ତର୍ଗତ ଓଡିଆ ମେଦ୍ରୀ ସାହି ନିବାସୀ ଲକ୍ଷ୍ମୀ ମା’ କୋଳରେ ବଢ଼ି ଶିକ୍ଷା ଲାଭ କଲେ । ୧୪ ବର୍ଷ ବୟସରେ ହଠାତ ଅପସ୍ମାର ରୋଗରେ ପୀଡିତ
ପରିବାର ଲୋକେ ତାଙ୍କୁକୁ ନେଇ ଅନେକ ସ୍ଥାନରେ ଚିକିତ୍ସା କରାଇଥିଲେ । ପରିବାରର ଆର୍ଥିକ ଅବସ୍ଥା ସ୍ବସ୍ଥଳ ନଥିବାରୁ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା କରୁଥିଲେ
। କିନ୍ତୁ ସେ ଭଲ ହୋଇ ପାରିନଥିଲେ । ଅପସ୍ମାର ରୋଗର ଏକ ବର୍ଷ ପରେ ଲକ୍ଷ୍ମୀ ହଠାତ ପାରାଲିସ୍ସ ରୋଗରେ ଶିକାର ହେଲେ । ସେବେଠାରୁ ସେ ଶଯ୍ୟାଶାୟୀ । ୭୫ ପ୍ରତିଶତ ମାନସିକ ଅନଗ୍ରସର ପ୍ରମାଣପତ୍ର ତାଙ୍କୁ ପ୍ରଦାନ କରାଯାଇଛି । ଦିନ ରାତି ଶୋଇ ରହୁଛନ୍ତି । ମା’ ଓ ଭାଇ ଲକ୍ଷ୍ମୀର ସେବା କରୁଛନ୍ତି । ଆ ର୍ଥି କ ଅନଟନରେ ପରିବାର ଚଳୁଛନ୍ତି ।
ବିଧବା ମା’ ରୁକ୍ମଣୀ ପୁଜାରୀ ବିଧବା ଭତ୍ତା ରା ମାସିକ ୧ହଜାର ଟଙ୍କା ପାଉଛନ୍ତି । ପରିବାର ଚଳାଇବା କଷ୍ଟକର ହେବା ଏବଂ ଝିଅର ଚିକିତ୍ସା ଖର୍ଚ୍ଚ ତୁଲାଇବାକୁ ସେ
ବୃଦ୍ଧାବ ସ୍ଥାରେ ମଧ୍ୟ ପର ଘରେ ବାସନକୁସନ ସଫା କରୁଛନ୍ତି । ମାଁଙ୍କ ରୋଜଗାରରେ ପରିବାର ଚଳିବା କଷ୍ଟକର ହେଉଥିବାରୁ ସାନ ପୁଅ ମୁନ୍ତ୍ରୀ ପୁଜାରୀ ବ୍ୟବ ସାୟ ଅନୁଷ୍ଠାନରେ କାମ କରୁଛି । ତଥାପି ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଲକ୍ଷ୍ମୀଙ୍କୁ ଦିବ୍ୟାଙ୍ଗ ଭତ୍ତା ସରକାର ଯୋଗାଇ ଦେବାକୁ ପରିବାର ଲୋକେ ବର୍ଷ ବର୍ଷ ଧରି ଆବେଦନ କରିଛନ୍ତି । କିନ୍ତୁ ତାଙ୍କୁ
ଆଜି ଯାଏ ଭତ୍ତା ମିଳି ପାରିନି । ଲକ୍ଷ୍ମୀଙ୍କ ନାମରେ ମିଳୁଥିବା ଚାଉଳ तथ ବନ୍ଦ ରହିଛି । ମାଁ ରୁକ୍ମଣୀ ପୁଜାରୀଙ୍କ ନାମରେ ରାସନ କାର୍ଡ ଖଣ୍ଡିଏ ରହି ଥିଲା। ପରିବାରର ତିନି ସଦସ୍ୟ ୧୫ କେଜି ଚାଉଳ ମାସକୁ ପାଉଥିଲେ । କେୱାଇସି ଅପଡେଟ ହୋଇ ନପାରିବାରୁ ଦିବ୍ୟାଙ୍ଗ ଝିଅ ଲକ୍ଷ୍ମୀଙ୍କୁ ପୂର୍ବରୁ ରାସନକାର୍ଡ ରେ ମିଳୁଥିବା ୫ କେଜି ଚାଉଳ ଶଯ୍ୟାଶାୟୀ ହେବା ପର ଠାରୁ ଆଉ ଦିଆଯାଉନି । ଲକ୍ଷ୍ମୀର ସେବା ସୁଶ୍ରୁସା କରି ଦିନ ରାତି ତାକୁ ଖୁଆଇବା ପିଆଇବା ପାଇଁ ସମୟ ଯାଉଛି । ଅଳ୍ପ ସମୟ ମିଳିଲେ କାହା ଘରେ କାମ କରି ଦୁଇ ପଇସା ରୋଜଗାର କରିବାକୁ ଯାଉଛି । ପ୍ରତ୍ୟକ ମାସରେ ରୋଗ ଭଲ ହେବା ପାଇଁ ଔଷଧର ଆବଶ୍ୟକତା ରହୁଛି । କିନ୍ତୁ ଆର୍ଥିକ ଅବସ୍ଥା ଭଲ ନଥୁବାରୁ ଝିଅର ଚିକିତ୍ସା ପାଇଁ ଭିକ୍ଷା କରିବାକୁ ପଡୁଛି ବୋଲି ମାଁ ରୁକ୍ମଣୀ ଦୁଃଖର ସହ ପ୍ରକାଶ କରିଛନ୍ତି । ଲକ୍ଷ୍ମୀ ଚଲାବୁଲା କରିପାରୁନଥିବାରୁ ବାହାରକୁ ଯାଇ କେୱାଇସି ଅପଡେଟ କରିବା ସମ୍ଭବ ହେଉନି।