DIstrictHealthNationNawarangpurOdishaPolitics

୨୦୦ ହିତାଧିକାରୀଙ୍କ ଭତ୍ତା ଟଙ୍କା ଚଳୁ

ନବରଙ୍ଗପୁର, ୧୩/୦୭: ହିତାଧିକାରୀଙ୍କୁ ଦୁଇ ମାସ ହେଲା ମିଳିନି ଭତ୍ତା ଟଙ୍କା| ଜିଆରଏସ୍ ଭତ୍ତା ଟଙ୍କା ନେଇ ହିତାଧିକାରୀଙ୍କୁ ଦେଇନଥିବା ଅଭିଯୋଗ କରିଛନ୍ତି ସମିତିସଭ୍ୟ ଶୈଳେନ୍ଦ୍ର ରନ୍ଧାରୀ। ଏ ନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଧାଂଶୁ ମୋହନ ପାତ୍ରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ନବରଙ୍ଗପୁର ବ୍ଲକ୍ ଭତରାସିଉନୀ ପଞ୍ଚାୟତର ୨୦୦ରୁ ଊର୍ଦ୍ଧ୍ବ ହିତାଧିକାରୀ । ପଞ୍ଚାୟତର ଭୀମାଗୁଡ଼ା ଗାଁର ୧୮ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

ଭୀମାଗୁଡ଼ା ଗାଁର ସନାଇ ଭିତରା, ସତାଇ ଭତରା, ବଳରାମ ଭତରା, ଡମାଇ ମାଳି, ଖଗପତି ଭତରା, ମାଳତୀ ଭତରା, ଦୁର୍ଜନ ରନ୍ଧାରୀ, କମଳା ରନ୍ଧାରୀ, ଅନ୍ତି ଭତରା, ସନମତି ଭତରା, କୌଶଲ୍ୟା ଭତରା, ଲଛମା ଭତରା, ସୁକମତି ଭତରା, ଚନ୍ଦ୍ର ରନ୍ଦାରୀ,

ନନ୍ଦିନୀ ଭତରା ପ୍ରମୁଖ ଗତ ଦୁଇ ମାସ ହେବ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି । ଭତ୍ତା ବିତରଣ କରୁଥିବା ଜିଆରଏସ୍ ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଗତ ମାସକ ତଳେ ହିତାଧିକାରୀ ବ୍ଲକକୁ ଅଭିଯୋଗ କରିବାକୁ ଆସିଥିଲେ | ହେଲେ ବିଡିଓ ତାଲିମ ପାଇଁ ଅନୁପସ୍ଥିତ ଥିବାରୁ ଭେଟି ନ ପାରି ନିରାଶ ହୋଇ ଫେରିଥିଲେ | ପଞ୍ଚାୟତର ବିଭିନ୍ନ ଗାଁର ୨୦୦ରୁ ଊର୍ଦ୍ଧ ହିତାଧିକାରୀଙ୍କ ଭତ୍ତା ଟଙ୍କା ହେରଫେର ହୋଇଥିବାରୁ ତଦନ୍ତ ଦାବି କରିଛନ୍ତି ସମିତିସଭ୍ୟ ଶ୍ରୀ ରନ୍ଧାରୀ। ଏ ସମ୍ପର୍କରେ ନବରଙ୍ଗପୁର ବିଡିଓ ସୁନୀଲ ଖରା କହିଛନ୍ତି, ସୂଚନା ପରେ ବ୍ଲକ୍ ସମାଜ ସୁରକ୍ଷା ଅଧିକାରୀଙ୍କୁ ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ହୋଇଛି। ଅଭିଯୋଗର ସତ୍ୟତା ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button