DIstrictEducationNationOdishaPolitics

ଗର୍ଭ ରାଇ ଶୈବପୀଠରେ ବୃକ୍ଷ ରୋପଣ

ପାପଡ଼ାହାଣ୍ଡି, ୧୨/୦୭: ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆ କୋଟ ଗ୍ରାମ ପଞ୍ଚାୟର ଗର୍ଭରାଇ ମନ୍ଦିର ଶୈବ ପୀଠ ନୂଆକୋଟ ରେ ମନ୍ଦିର ପାଇଁ ବୃକ୍ଷ ଟିଏ ଭାବ ଧାରାକୁ ଉଜ୍ଜିବିତ ପାଇଁ ବୃକ୍ଷ ରୋପଣ କରିଛନ୍ତି ।

ନବରଙ୍ଗପୁର ବନବିଭାଗ ଏସ.ଇ.ଓ. ଚନ୍ଦ୍ରସେନ ପୂଜାରୀ ,ଡାବୁଗାଁ ବ୍ଲକ ବୃକ୍ଷ ରୋପଣ ଓ ବୃକ୍ଷ ର ଯତ୍ନରଖୁଥିବା ପରିବେଶ ପ୍ରେମୀ ଶିକ୍ଷକ କର୍ଣ୍ଣ ମାଝୀ, ନବରଙ୍ଗପୁର ସ୍ପେଶିଆଲ ଅଡିଟ ଅଫିସର ଗୌର ନାୟକ, କନେଷ୍ଟବଳ ଗଣେଶ ପୂଜାରୀ ଓ ପରିବାର ପ୍ରମୁଖ ଗର୍ଭ ରାଇ ମନ୍ଦିର ବୃକ୍ଷ ରୋପଣରେ ଅଂଶ ଗ୍ରହଣ କରି ମନ୍ଦିର ଭ୍ରମଣରେ ଆଜି ବୃକ୍ଷରୋପଣ ସହ ସ୍କୃତିର ଦିନଟିଏ ହୋଇ ରହିବ ବୋଲି ମତ ପୋଷଣ କରିଥିଲେ ।

ସି.ଆର.ସି.ସି. ବାବୁଲାଲ ସାଗର ବୃକ୍ଷ ରୋପଣ ରେ ଉପସ୍ଥିତ ରହି ମନ୍ଦିର ପାଇଁ ଗୋଟିଏ ବୃକ୍ଷ ରୋପଣ ରେ ଉପସ୍ଥିତ ସମସ୍ତ ମାଆ ଓ ପିଲା ପ୍ରତି ଶ୍ରଦ୍ଧା ଭାବନା ଜୀବନକୁ ଆଗକୁ ବଢ଼ାଇବା , ସ୍ନେହ ,ଶ୍ରଦ୍ଧା ର ଭାବଧାରା ରେ ପିଲାଟି ନିଜକୁ ସୁନ୍ଦର ହୋଇ ଗଢ଼ିଉଠିପାରିବ ଏ ବାର୍ତ୍ତାରେ ବୃକ୍ଷ ରୋପଣ ରେ ପ୍ରଭାବିତ କରାଇଥିଲେ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button