DIstrictEducationEntertainmentHealthNationNawarangpurOdishaPolitics

ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ୧୪୧ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି

ନବରଙ୍ଗପୁର, ତା ୧୧/୭ ଜାତୀୟ ମାନଚିତ୍ରରେ ପଛରେ ଥ‌ିବା ଆଦିବାସୀ ଅଧ୍ଯୁଷିତ ନବରଙ୍ଗପୁର ଜିଲ୍ଲା ସର୍ବଭାରତୀୟ ସ୍ତରରେ ୧୦ଟି ନିରକ୍ଷର ବହୁଳ ଜିଲ୍ଲା ମଧ୍ୟରେ ରହିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଜିଲ୍ଲାର ସାକ୍ଷରତା ହାର ୪୮.୨୦ ପ୍ରତିଶତ ରହିଛି। ସେଥିମଧ୍ୟରୁ ପୁରୁଷ ସାକ୍ଷରତା ହାର ୫୯ ୪୫ ଓ ମହିଳା ସାକ୍ଷରତା ହାର ମାତ୍ର ୩୭୨୨ ପ୍ରତିଶତ ରହିଛି। ଗୋଟିଏ ପଟେ ନିରକ୍ଷର ଜିଲ୍ଲାରେ ଶିକ୍ଷାଦାନ ବ୍ୟବସ୍ଥା ବିପର୍ଯ୍ୟସ୍ତ ସ୍ଥିତିରେ ରହିଥ‌ିବା ବେଳେ ଅନ୍ୟପଟେ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାରଙ୍କ ଆନ୍ତରିକତାର ଅଭାବ ଶିକ୍ଷା ବ୍ୟବସ୍ଥାକୁ ସଙ୍ଗୀନ ପରିସ୍ଥିତିକୁ ଠେଲି ଦେଇଛି ।

ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ୧୩୫ ସରକାରୀ ଉଚ୍ଚ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଏସବୁ ସ୍କୁଲଗୁଡ଼ିକ କାମଚଳା ପ୍ରଧାନ ଶିକ୍ଷକଙ୍କ ଭରସାରେ ଚାଲିଛି। ସେହିଭଳି ସରକାରୀ ବିଦ୍ୟାଳୟଗୁଡିକରେ ୨୪୧ ସହକାରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି । ତେବେ ଆବଶ୍ୟକ ଶିକ୍ଷକ ଅଭାବରୁ ଶିକ୍ଷା

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର୍,

DISTRICT EDUCATION OFFICE, NABARANGPUR

ବ୍ୟବସ୍ଥାରେ ସମସ୍ୟା ହେଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସ୍ବୀକାର କରିଥିବା ବେଳେ ସମସ୍ତ ପଦବୀ ପୂରଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣା କରାଯାଇଛି ବୋଲି ସେ କହିଛନ୍ତି। ଏଥିସହିତ ନୂତନ ଉନ୍ନୀତ ବିଦ୍ୟାଳୟ ନିମନ୍ତେ ୭୭ ନୂତନ ଶିକ୍ଷକ ଓ ୨୬୨ ଅଣ ଶିକ୍ଷକ ପଦବୀ ଅନୁମୋଦନ ନିମନ୍ତେ ବିଭାଗୀୟ ଉଚ୍ଚ-କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ବୋଲି ଡିଇଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ରାଜ୍ୟ ସରକାର ତୁରନ୍ତ ଜିଲ୍ଲାରେ ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button