BusinessDistrictEducationEntertainmentHealthNationOdishaPolitics

ପୁଞ୍ଜିପତିଙ୍କ ପାଇଁ ଭାଜପା, ଗରିବଙ୍କର କଂଗ୍ରେସ: ରାହୁଲ

ଭୁବନେଶ୍ଵର, ୧୧/୭ ଓଡ଼ିଶାରେ ଆଦାନୀ ସରକାର ଚଳାଉଛନ୍ତି ମୋଦିଙ୍କୁ ମଧ୍ୟ ଚଳାଉଛନ୍ତି ରାଜ୍ୟ ସରକାର ୫ରୁ ୬ କମ୍ପାନୀ ସ‌ହିତ ବୁଝାମଣା କରିଛନ୍ତି। ସେମାନଙ୍କୁ ଦଳିତ ଓ ଆଦିବାସୀଙ୍କ ดกิ ମନଇଚ୍ଛା ଟେକି ଦେଉଛନ୍ତି। ଶୁକ୍ରବାର ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶରେ ଏହିଭଳି ଶବ୍ଦ ପ୍ରୟୋଗ କରି କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିକାଶ ଧନୀଙ୍କ ପାଇଁ ନୁହେଁ, ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଆବଶ୍ୟକ। ଏଠାକାର ସରକାର ଗରିବଙ୍କ ଧନ, ଜନ, ଭୂମି ଲୁଟିବାରେ ଲାଗିଛନ୍ତି । କ୍ଷତିପୂରଣ ନ ଦେଇ ଧମକ ଚମକ ଦେଉଛନ୍ତି। ପୁଞ୍ଜିପତିଙ୍କ ପାଇଁ ଭାଜପା ରହିଛି। ହେଲେ ଆଦିବାସୀ, ଚାଷୀ, ଗରିବ ଯାହା ଉପରେ ସରକାର ନିର୍ଯାତନା ଦେଉଛନ୍ତି ।

ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧୀ ଉଦ୍‌ବୋଧନ ଦେଉଛନ୍ତି। ନିକଟରେ ଓଡ଼ିଶାରେ କୌଣସି ନିର୍ବାଚନ ନାହିଁ କିନ୍ତୁ ନିଜ ନେତାଙ୍କୁ ଶୁଣିବା ପାଇଁ କଂଗ୍ରେସ କର୍ମୀଙ୍କ ଉ ଉତ୍ସାହ ଶୁକ୍ରବାର ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଦେଖୁବାକୁ ମିଳିଛି କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧୀ ସମବେତ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି, ଭାଜପା ପୁଞ୍ଜିପତିଙ୍କ ପାଇଁ କାମ କରୁଥିବା ବେଳେ ତାଙ୍କ ଦଳ ଗରିବ, ଅସହାୟ, ଦଳିତ ଓ ଆଦିବାସୀଙ୍କ ସ୍ବାର୍ଥ ଲାଗି ଅଭିପ୍ରେତା କେନ୍ଦ୍ରରେ ଭାଜପା ସମ୍ବିଧାନକୁ ନଷ୍ଟ କରିଦେଇଥିବା ବେଳେ ହାତଗଣତି କର୍ପୋରେଟ୍ ସଂସ୍ଥାକୁ ଦେଶର ସମ୍ପରି ଟେକି ଦେଇଛି ଏଠି ଓଡ଼ିଶାରେ ଆଦାନୀ ସରକାର ଚଳାଉଥିବା ବେଳେ ନିକଟରେ ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ରଥକୁ ତାଙ୍କ ପାଇଁ ଅଟକାଇ ଦିଆଯାଇଥୁଲା ବୋଲି ରାହୁଲ କହିଛନ୍ତି | ସେହିପରି ସମାବେଶରେ ଏଆଇସିସି ଅଧ୍ଯକ୍ଷ ମଲିକାର୍ଜୁନ ଖାର୍ଗେ କହିଛନ୍ତି, ସମ୍ବିଧାନକୁ ଭାଜପା ସରକାର ନଷ୍ଟ କରିଛି I ମୋଦି ସରକାର ଇଡି ଓ ସିବିଆଇର ଭୟ ଦେଖାଇ ସମସ୍ତଙ୍କୁ ଡରାଉଛନ୍ତି I ତେବେ ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଖାର୍ଗେ ଦଳୀୟ ନେତା ଓ କର୍ମୀଙ୍କୁ କହିଛନ୍ତି।

କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

ଆଦାନୀ ଚଳାଉଛନ୍ତି ସରକାର, ତାଙ୍କ ଯେ ଯୋଗୁ ଅଟକିଥୁଲା ରଥ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button