DistrictEducationNationOdishaPolitics

ଗଜପତି ଜିଲ୍ଲାର ୫ ଗୋଟି ବ୍ଲକରେ କାର୍ଯ୍ୟରତ ୫ ଜଣ କନିଷ୍ଠଯନ୍ତ୍ରୀଙ୍କ ବଦଳି ସତ୍ତ୍ଵେ ଯାଉନାହାନ୍ତି କାହିଁକି….?

ପାରଳାଖେମୁଣ୍ଡି,୧୨/୦୭: ଗଜପତି ଜିଲ୍ଲାରେ କାର୍ଯ୍ୟରତ ୫ ଗୋଟି ବ୍ଲକରେ ୫ ଜଣ କନିଷ୍ଠଯନ୍ତ୍ରୀଙ୍କ ବଦଳି ହୋଇଯାଇଛି. ହେଲେ ଏହି ଯନ୍ତ୍ରୀମାନେ ସେମାନଙ୍କ ବ୍ଲକରୁ ବଦଳି ହୋଇ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି. ସରକାରୀ ପଦସ୍ଥ ମହଲରେ ବିଭିନ୍ନ ଚାପ ଯୋଗୁଁ ଏହି ୫ ଜଣ ଯନ୍ତ୍ରୀ ବ୍ଲକ ଛାଡି ଯାଉନାହାନ୍ତି. ତେଣୁ ଏହି ବ୍ଲକଗୁଡିକୁ ନୂତନ ଭାବେ ଆସିବାକୁ ଥିବା ଯନ୍ତ୍ରୀମାନେ ମଧ୍ୟ ଆସିପାରୁନାହାନ୍ତି. ଯଦ୍ୱାରା ଏହି ୫ ଗୋଟି ବ୍ଲକରେ ଉନ୍ନୟନ କାର୍ଯ୍ୟକ୍ରମ ଠପ ହୋଇଯାଇଛି. ବଦଳି ହୋଇଯାଇଥିବା ଯନ୍ତ୍ରୀମାନେ କାହିଁକି ବ୍ଲକ ଛାଡି ଯାଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି. ଘଟଣା ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି. ସୂଚନା ଅନୁସାରେ ଗତ ଜୁନ ୧୭ ତାରିଖରେ ଜିଲ୍ଲା ପରିଷଦ ଗଜପତି ଦ୍ୱାରା ଚିଠି ନମ୍ବର ୨୩୨୮/୨୪୩୪ ଉଲ୍ଲେଖ ଅଛି ଯେ ଗଜପତି ଜିଲ୍ଲାର ଗୁମ୍ମା,ନୂଆଗଡ଼,ଗୋଶାଣୀ,ମୋହନା ଓ ରାୟଗଡ଼ ବ୍ଲକର ବିଭିନ୍ନ କନିଷ୍ଠ ଯନ୍ତ୍ରୀ ମାନଙ୍କ ବଦଳି ହୋଇଥିଲା।କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଯେ ଜିଲ୍ଳା ପ୍ରଶାସନ ତରଫରୁ ହୋଇଥିବା ନିର୍ଦ୍ଦେଶନାମାକୁ ଚାପ ପ୍ରୟୋଗ କରିବା ସହ ଅଦୃଶ୍ୟ ଚାପରେ ଜିଲ୍ଲା ପ୍ରଶାସନକୁ ଚେପା କରିବାକୁ ଚେଷ୍ଟା କରାଯାଉଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି ।

ତେବେ ଗୁମ୍ମା ବ୍ଲକର ଜଣେ କନିଷ୍ଠଯନ୍ତ୍ରୀ ପଦଉନ୍ନତି କରିବା ସହ ଅନ୍ୟତ୍ର ବ୍ଲକକୁ ବଦଳି ବଦଳରେ ଗୁମ୍ମା ବ୍ଲକରେ ହିଁ ସହକାରୀ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ରହିବା ସହ ବାକି ଦୁଇଟି କନିଷ୍ଠଯନ୍ତ୍ରୀ ମାନଙ୍କ ଅନ୍ୟତ୍ର ବ୍ଲକକୁ ବଦଳି ହୋଇଥିବା ବେଳେ ଉକ୍ତ ଯନ୍ତ୍ରୀମାନଙ୍କ ଦାୟିତ୍ବ ହସ୍ତାନ୍ତର ନକରିବା ଏବେ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି।ଯାହାଫଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହେବାରେ ଲାଗିଛି।ତେବେ ସରକାରୀ ବାବୁ ମାନେ ଗୁମ୍ମା ବ୍ଲକ ନଛାଡ଼ିବା ପଛରେ ଗୁମ୍ମା ବ୍ଲକରେ ଏତେ ଆତ୍ମୀୟତା ରହିଛି ନା ଆଉ କିଛି ଲୁଚି ରହିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ସେହିପରି ସରକାରଙ୍କ ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ତିନି ବର୍ଷ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବା ପରେ ତାଙ୍କ ବଦଳି ହୋଇଥାଏ କିନ୍ତୁ ଗୁମ୍ମା ବ୍ଲକରେ ବର୍ତ୍ତମାନ ସୁଦ୍ଧା ଅନେକ କର୍ମଚାରୀ ଚୌକି ଛାଡିବାକୁ ଅମଙ୍ଗ ଅଛନ୍ତି ଯାହାଫଳରେ କିଛି ମାସ ହେବ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ତେଣୁ ସରକାର ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button