
ଭୁବନେଶ୍ୱର, ୧୧/୦୭: ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିରାଟ “ସମ୍ବିଧାନ ବଞ୍ଚାଅ ସମାବେଶ” ଅନୁଷ୍ଠିତ ହେଲା। ଏହି ଅବସରରେ କଂଗ୍ରେସର ଜାତୀୟ ନେତା ଓ ସାଂସଦ ଶ୍ରୀ ରାହୁଲ ଗାନ୍ଧି ସମ୍ବିଧାନର ସମ୍ମାନ ଓ ରକ୍ଷା ପାଇଁ ଜନସମୁଦାୟଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଲେ।
ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ବରିଷ୍ଠ କଂଗ୍ରେସ ନେତା ମଳିକ ଅର୍ଜୁନ୍ ଖୋଡେଗେ।
ଏହି ସଭାକୁ ଦେଖିବାକୁ ଲକ୍ଷେ ଲକ୍ଷେ ଲୋକ ଭିଡ଼ ଲାଗିଥିଲା। ଅନେକ ସ୍ଥାନରୁ ଲୋକେ ଆସିଥିଲେ, ଯାହା ମଧ୍ୟରେ କୋରାପୁଟ ଜିଲ୍ଲା ପଟାଙ୍ଗି ନିର୍ବାଚନ ମଣ୍ଡଳୀରୁ ପଟାଙ୍ଗି ବିଧାୟକ ତଥା ବିଧାୟକ ଦଳର ନେତା ରାମ ଚନ୍ଦ୍ର କାଡାମ୍ ଙ୍କ ପ୍ରାୟ ୧୫ରୁ ୧୬ ହଜାର କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।
ସେମାନେ ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବିଷୟକ ଅଭିଭାଷଣକୁ ଗଭୀରତାରେ ଆପଣାଇ ନେଇ ଦେଶର ଲୋକଶାହି ଓ ଅଧିକାର ବିଷୟରେ ଚେତନା କରିଥିଲେ।