DIstrictHealthNationNawarangpurOdisha

ପୁଲିସ ଗାଡ଼ି ସହ ବାଇକ୍ ଧକ୍କା, ଦୁଇ ଗୁରୁତର

ବୈପାରିଗୁଡା,୧୧/୦୭: ଛତିଶଗଡ଼ର ପୁଲିସ ଗାଡ଼ି ସହ ବାଇକ୍ ଧକ୍କା ହେବା ଫଳରେ ଛତିଶଗଡ଼ର ପୁଲିସ ଏବଂ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଜଣେ ଫେରାର ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବା ରିବା ପାଇଁ ଛତିଶଗଡ଼ର ସୁକୁମା ଜିଲ୍ଲା ।

ଟୁମ୍ଫା ଥାନାର କିଛି ପୁଲିସ ଲିସ ଫୋନ୍ ଟ୍ରାକ୍ କରି କୋରାପୁଟ ଜିଲ୍ଲାରେ ରେ ପହଞ୍ଚିଥିଲା | ଫୋନ୍ ଟ୍ରାକିଂ ସମୟରେ ଅଭିଯୁକ୍ତ ଆର୍କୁରେ ଥ‌ିବା ଜଣାପଡିଥିଲା। ସିମିଳିଗୁଡା ପୁଲିସ ସହାୟତାରେ ଅଭିଯୁକ୍ତକୁ କାବୁ କରିବା ସହ ବୈପାରିଗୁଡାରୁ ଭାୟା ମାଲକାନଗିରି ଦେଇ ଛତିଶଗଡ଼ ଯିବା ଯୋଜନା ହୋଇଥିଲା। ଛତିଶଗଡ଼ ପୁଲିସ ବୈପାରିଗୁଡାରେ ରାତି ୧୦ଟା ବେଳେ ପହଞ୍ଚି ଖାଇବା ପାଇଁ ପେଟ୍ରୋଲ ପମ୍ପ ନିକଟସ୍ଥ ଢ଼ାବାକୁ ଯିବା ସମୟରେ ବଳିଗୁଡା ଗ୍ରାମର ପ୍ରଫୁଲ୍ଲ ନାଉଡିଆ (୨୨) କୌଣସି କାମରେ ବାଇକ୍‌ରେ ରାମଗିରି ଯାଇ ବଳିଗୁଡାକୁ ଫେରୁଥିବା ବେଳେ ପୁଲିସ ଗାଡ଼ିରେ ଧକ୍କା ଦେଇଥିଲା | ଫଳରେ ପୁଲିସ ଗାଡ଼ିର କବାଟ ପାଖରେ ବସିଥ‌ିବା ଛତିଶଗଡ଼ ପୁଲିସ ହାବିଲଦାର ଅରେନ୍ଦ୍ର ଯାଦବ ଏବଂ ବଳିଗୁଡା ଗ୍ରାମର ଗାଡ଼ି ଚାଲକ ପ୍ରଫୁଲ୍ଲ ନାଉଡିଆ (୨୨) ଗୁରୁତର ଆହତ ହୋଇଥିଲେ। ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା | ହାବିଲଦାର ଯାଦବଙ୍କ କାନରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଫୁଲ୍ଲର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ଡାକ୍ତର ପ୍ରଫୁଲ୍ଲକୁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଛତିଶଗଡ଼ ପୁଲିସ ହାବିଲଦାର ଯାଦବଙ୍କୁ ସୁକୁମା ଜିଲ୍ଲାର ଟୁମ୍ଫାକୁ ନେଇଯାଇଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button