
ମାଲକାନଗିରି, ୧୧/୦୭: ନିଳାକାମ୍ବେ ଗ୍ରାମ ର ମୁଖ୍ୟ ରାସ୍ତା ଉପରେ କରିଲେ ଧାନ ତଳି ରୋଇ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ମାଲକାନଗିରି ଜିଲ୍ଲା ନିଳାକାମ୍ବେରୁ ଗ୍ରାମରେ। ବର୍ଷା ଦିନ ଆସିଲେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ନିଳାକାମ୍ବେରୁ ଗ୍ରାମବାସୀ ।ଗ୍ରାମର ଗଣେଶ ମନ୍ଦିର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଲଟିଛି ବର୍ତ୍ତମାନ ମରଣଯନ୍ତା, ରାସ୍ତାରେ ଆଣ୍ଠିଏ ଲେଖାଏଁ କାଦୁଅ ଏହିଁ ରାସ୍ତା ଦେଇ ଯାତାୟାତ କରିବା ବହୁ କଷ୍ଟ କର ହୋଇ ପଡ଼ିଛି ।
ବାରମ୍ବାର ଅଭିଯୋଗ ପରେ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ମଧ୍ୟ ବିଭିନ୍ନ ସମୟରେ କାଦୁଅ ରେ ଦବି ଯାଉଥିବା ସହ ବାଇକ ଚାଳକ ମାନଙ୍କ ସମେତ ସ୍ଥାନୀୟ ସ୍କୁଲ ରେ ଅଧ୍ୟୟନ କରୁଥିବା ଅନେକ କୁନି କୁନି ଛାତ୍ର ଛାତ୍ରୀ ଓ କଲେଜ ବିଦ୍ୟାର୍ଥୀ ମାନେ ଏହି କାଦୁଅ ଭର୍ତ୍ତି ରାସ୍ତାରେ ପଡି ଆହତ ହେଉଥିବା ଗ୍ରାମବାସୀ କହିଛନ୍ତି।
ତେଣୁ ଆଜି ବାଧ୍ୟ ହୋଇ ପ୍ରଶାସନକୁ ଚେତା ଫେରାଇବା ନିମନ୍ତେ ଧାନ ତଳି ରୋଇ ଏହି ନିଆରା ପ୍ରତିବାଦ କରିଛନ୍ତି ଗ୍ରାମବାସୀ।ଏହି ରାସ୍ତା ତୁରନ୍ତ ନିର୍ମାଣ କରାନଯାଏ ତାହେଲେ ବାଧ୍ୟହୋଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।