ଭଞ୍ଜନଗରରେ ଭାରତ ବନ୍ଦ ପ୍ରଭାବ ; ଯାତ୍ରୀ ଓ ଜନସାଧାରଣ ହନ୍ତସନ୍ତ

ଭଞ୍ଜନଗର,୦୯/୦୭ : ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଫଳରେ ବୁଧବାର ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଯାତାୟତ ଏକ ପ୍ରକାର ଠପ ହୋଇଛି।
ଗୋଟିଏ ପଟେ ଚାଳକ ମହାସଂଘ ଷ୍ଟିୟରିଂ ଛାଡ ଡାକରା ଦେଇ ଗତକାଲି ଠାରୁ ଯାନବାହାନ ଚଳାଚଳ ବନ୍ଦ ରଖିଥିବା ବେଳେ କେବଳ କିଛି ହାତଗଣତି ସରକାରୀ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଯାତ୍ରୀବାହୀ ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଯାତ୍ରା ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ଦୂର ଦୂରାନ୍ତରୁ ଆସିଥିବା ଯାତ୍ରା ନିଜ ଗନ୍ତବ୍ୟ ସ୍ଥଳକୁ ନଯାଇ ପାରି ବିକଳ୍ପ ରାସ୍ତା ଆପଣାଇ ବହୁ କଷ୍ଟରେ ଯାଉଥିବା ଦେଖିବାକୁ ମିଳିଥିଲା। ଆଜି ଏଥିପାଇଁ ଭଞ୍ଜନଗର ବସଷ୍ଟାଣ୍ଟ ପୁରା ଖାଁ ଖାଁ ହୋଇପଡିଥିଲା। ବଜାରରେ କିଛି ଦୋକାନ ଖୋଲି ଥିଲେ ମଧ୍ୟ ବାହାରୁ ଗାଡି ମଟର ଆସିବା ଏକ ପ୍ରକାର ବନ୍ଦ ରହିଥିବାରୁ ବେପାର ମଧ୍ୟ ମାନ୍ଦା ପଡିଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି। କେବଳ ମଟର ସାଇକଲ ଓ ବ୍ୟକ୍ତିଗତ କାର ଯାତାୟତ କରୁଥିବା ବେଳେ ବଡ ଗାଡି ଚଳାଚଳ ଏକ ପ୍ରକାର ବନ୍ଦ ରହିଥିବା ଦେଖିବାକୁ ମିଳିଛି।