Education

ଭଞ୍ଜନଗର ରେ ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ପାଳନ

ଭଞ୍ଜନଗର,୦୯/୦୭: ଏବିଭିପିର ୭୭ତମ ପ୍ରତିଷ୍ଠା ଦିବସ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପରିସରରେ ପାଳନ କରାଯାଇଛି। ପ୍ରଦୀପ ପ୍ରଜ୍ଵଳନ ପରେ ସଭା ଅନୁଷ୍ଠିତ ହୋଇଥିଲା।

ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାଯ୍ୟଧାରା ଓ ସାଧାରଣ ବିଦ୍ୟାର୍ଥୀକୁ ଜ୍ଞାନ,ଚରିତ୍ର ଓ ଏକତାକୁ ନେଇ କିପରି କାଯ୍ୟ କରାଯାଏ ଉପସ୍ଥିତ ଛାତ୍ର ନେତା ମାନେ ମତବ୍ୟକ୍ତ କରିଥିଲେ।

ଏଥିରେ ଏବିଭିପି ଘୁମୁସର ଜିଲ୍ଲା ପ୍ରମୁଖ ଦେବାଶିଷ ସାହୁ,ଯୁବ ନେତା କୁବେର ପ୍ରଧାନ,ରଞ୍ଜିତ ପାତ୍ର,ଶିବାନନ୍ଦ ମହାପାତ୍ର,ଯୁବ ମୋର୍ଚ୍ଚା ତଥା ଛାତ୍ର ନେତା ସଲିମ ବିଷୋୟୀଙ୍କ ସମେତ ବହୁ ନୂତନ ଓ ପୁରାତନ ଛାତ୍ର ନେତା ଉପସ୍ଥିତ ଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button