Education

ମ୍ୟାଲେରିଆ ଡେଙ୍ଗୁ ଓ ଡାଇରିଆ ନିୟନ୍ତ୍ରଣ ନେଇ ଟାସ୍କ ଫୋର୍ସ ବୈଠକ

ମାଲକାନଗିରି, ୦୯/୦୭/: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଞ୍ଚମ ମହଲା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବ୍ଲକ, ଗ୍ରାମ ଓ ପୌରାଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ପାଇଁ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ ବ୍ରଜବନ୍ଧୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥନା ପୂର୍ବରୁ ଜଳ ବାହିତ ରୋଗ ଓ ଭେକ୍ଟର ବାହିତ ରୋଗ ବିଷୟରେ ଆଲୋଚନା କରାଯିବ ଓ ପ୍ରତି ଆଦିବାସୀ ଆବାସିକ ବିଦ୍ୟାଳୟରେ ମେଲେରିଆ ପାଇଁ ରକ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ । ଏତଦ୍ ବ୍ୟତୀତ ଆଶା ଓ ଅଙ୍ଗନବାଡି ଘରକୁ ଘର ବୁଲି ଓଆରଏସ, ଜିଙ୍କ ଓ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରିବେ । ଆସନ୍ତା ମାସ ଅର୍ଥାତ୍ ଅଗଷ୍ଟ ୧୧ରେ ସ୍ବଚ୍ଛତା ଦିବସ ପାଳନ କରାଯିବ। ଉକ୍ତ ଦିନ କିଭଳି ନିଜେ ପରିଷ୍କାର ରହିବେ ଓ କୀଟନାଶକ ଉପଚାରିତ ମଶାରୀ ବ୍ୟବହାର କରିବେ ସେସବୁ ବିଷୟରେ ସଚେତନ କରାଯିବ।ଏହି ବୈଠକରେ ରାଜ୍ୟ ନୋଡାଲ ଅଧିକାରୀ ଡ଼ା ମୋଦନ ମୋହନ ପ୍ରଧାନ, ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ହୁସେନ୍, ଭିବିଡି ନୋଡାଲ ଅଧିକାରୀ ଡ଼ା ରଣସିଂହ, ଡ଼ା ନିହାର ରଞ୍ଜନ ପ୍ରହରାଜ, ଡିପିଏମ ଡ ମୌସୁମୀ ମିଶ୍ର ଓ ମହାମାରୀ ବିଶେଷଜ୍ଞ ଡ଼ା ଦୁର୍ଗା ପ୍ରସାଦ ରାଜ୍ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଙ୍କ ସମେତ ସମସ୍ତ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button