DIstrictEducationMalkangiriNationOdishaPolitics

ବାଲିମେଳାର ଓ କୋରୁକୋଣ୍ଡା ଡ୍ରାଇଭର ସଙ୍ଘର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନର ।

ବାଲିମେଳା, ୦୯/୦୭: ଦୀର୍ଘ ଦିନ ପରେ ପୁଣି ଆନ୍ଦୋଳନ କୁ ଓଲ୍ହାଇଲା ଓଡିଶା ଡ୍ରାଇଭର ମହାସଂଘ। ସାରା ରାଜ୍ୟ ବ୍ୟାପି ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ର ଆନ୍ଦୋଳନ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ସଦର ଏବଂ ବାଲିମେଳା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରର ବାଲିମେଳା ଛକ ନିକଟରେ ବାଲିମେଳା ଡ୍ରାଇଭର ସଙ୍ଘ ପକ୍ଷରୁ ବିଭିନ୍ନ ନାରା ଦେଇ ଏହି ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା।

ତେବେ ଡ୍ରାଇଭର ମହାସଂଘ ର ୬ ଗୋଟି ମୁଖ୍ୟ ଦାବି ଗୁଡିକ ହେଲା:- ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ କମିଟିରେ ଅଟୋ ଡ୍ରାଇଭର ମାନଙ୍କୁ ସାମିଲ, ଜନ ଆକ୍ରୋଶ ରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଲାଗୁର ବ୍ୟବସ୍ଥା, ବୃତ୍ତିଗତ ଡ୍ରାଇଭର ମାନଙ୍କୁ ୬୦ ବର୍ଷ ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ନିମନ୍ତେ ପାର୍କିଂ ସହ ବିଶ୍ରାମଗାର ଏବଂ ଶୌଚାଳୟର ବ୍ୟବସ୍ଥା ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ନିର୍ମାଣ, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ୭୦% ଡ୍ରାଇଭର ମାନଙ୍କୁ କାର୍ଯ୍ୟ ନିମନ୍ତେ ଅଗ୍ରାଧିକାର ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା ଏହିପରି ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କୁ ଓଲ୍ହାଇଥିବା ଦାବିପତ୍ର ରେ ଉଲ୍ଲେଖ ରହିଛି। ଆଜିର ଏହି ଡ୍ରାଇଭର ମହାସଂଘ ର ଆନ୍ଦୋଳନରେ ବାଲିମେଳା ଡ୍ରାଇଭର ସଙ୍ଘ ସଭାପତି ସଲମାନ ପାଙ୍ଗି, ସମ୍ପାଦକ ବଳଭଦ୍ର ପିଳେଇ, କୋଷାଧ୍ୟକ୍ଷ ସନ୍ତୋଷ ସୁନା, ଶ୍ରୀପତି ପାଙ୍ଗି, ଶ୍ରୀନିବାସ ପାତ୍ର, ସୁଦାମ ଦଳେଇ ପ୍ରମୁଖ ଡ୍ରାଇଭର ସଙ୍ଘ ନେତା ରହିଥିବା ବେଳେ କୋରୁକୋଣ୍ଡା ଠାରେ ବ୍ଲକ ସଭାପତି ସୁରେନ୍ଦ୍ର ଗାଛା,କୋଷାଧକ୍ଷ ଭୀମ, ହୃଷିକେଶ ପରିଡା,ଅର୍ଜୁନ ମାଣ୍ଡି,ମଙ୍ଗୁ ଜର୍ସିଙ୍ଗ,ଗଣେଶ ଭୂମିଆ,ନର୍ସିଙ୍ଗ ମାଣ୍ଡି,ଗୁରୁ ଦୋରା, ବାବୁ ଢାଲି ଓ କାହୁଁ ହାଲବାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ଡ୍ରାଇଭ ଉପସ୍ଥିତ ରହିଛନ୍ତି।

ବିଜେଡି ନଗର ସଭାପତି ରାଜେନ୍ଦ୍ର କୂଳଦୀପ, ମାଲକାନଗିରି ଏମୟୁଜେ ସଙ୍ଘ ସଭାପତି ଦେବ ପ୍ରସାଦ ଦାସ, ବାଲିମେଳା ପାୱାର ପ୍ରୋଜେକ୍ଟ ଏମ୍ପ୍ଲଇଜ ୟୁନିଅନ ସଭାପତି ପ୍ରବୀର କୁମାର ଦାସ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏହି ଡ୍ରାଇଭର ମହାସଂଘର ଆନ୍ଦୋଳନରେ ସାମିଲ ହୋଇ ସେମାନଙ୍କୁ ସହଯୋଗ କରିଥିଲେ।

Rakesh Kumar Kuladeep (Block Reporter) Balimela

Related Articles

Leave a Reply

Your email address will not be published. Required fields are marked *

Back to top button