
ଭଞ୍ଜନଗର,୦୮/୦୭: ଭଞ୍ଜନଗର ଥାନା ଇଲାକାରେ ମଙ୍ଗଳବାର ପୂର୍ବାହ୍ନ ସମୟରେ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଆଦିତ୍ୟ ପ୍ରଧାନ,ସଂଗ୍ରାମ ମଲ୍ଲିକ, ବିକାଶ ମଲ୍ଲିକ,ଅନିତା ମଲ୍ଲିକ।
ଉକ୍ତ ରାସ୍ତାରେ ବାଲି ପଡିଥିବା ବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଏଏସଆଇ ଶରତ ଚନ୍ଦ୍ର ପଣ୍ଡା ଆହତଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅନ୍ୟ ଏକ ଦୁର୍ଘଟଣା ଜିଲୁଣ୍ଡି ଠାରେ ଘଟିଥିବା ବେଳେ ଏଥିରେ ଦୁଇଜଣ ଆହତ ହୋଇଛନ୍ତି।
ଭଞ୍ଜନଗର ମୃତ୍ତିକା ସଂରକ୍ଷଣ ବିଭାଗର ରିପନ୍ ଜେନା (୩୧) ନିଜ ଘର ହୁମ୍ମାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ଗ୍ରାମର ରଞ୍ଜନ ମଲ୍ଲିକଙ୍କ(୪୦) ସହ ଧକ୍କା ହୋଇଥିଲା। ଫଳରେ ଉଭୟ ଆହତ ହୋଇପଡିଥିଲେ। ତୁରନ୍ତ ଭଞ୍ଜନଗର ଅଗ୍ନିଶମ ବାହିନୀ ଆହାତଙ୍କୁ ଉଦ୍ଧାର କରି ମେଡିକାଲ୍ ରେ ଭର୍ତ୍ତି କରିଥିଲେ।