DIstrictEducationNationOdishaPolitics

ବିଭିନ୍ନ ଦାବି ନେଇ ଅମଲା ସଂଘର କଳାବ୍ୟାଜ ପରିଧାନ

ଭଞ୍ଜନଗର,୦୮/୦୭: ବିଭିନ୍ନ ଦାବି ନେଇ ରାଜସ୍ବ ଅମଲା ସଂଘର ସଦସ୍ୟ ମାନେ ଗତକାଲି ଠାରୁ କଳାବ୍ୟାଜ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରିବେ।

ଏହାପରେ ଯଦି ରାଜ୍ୟ ସରକାର ଦାବି ଗୁଡିକ ପୂରଣ ନକରନ୍ତି ତେବେ ଜୁଲାଇ ୧୪ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଓଡିଶା ରାଜ୍ୟ ରାଜସ୍ବ ଅମଲା ସଂଘର ଆହ୍ବାନ କ୍ରମେ ଭଞ୍ଜନଗର ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ ପରିଧାନ କରି ଏକତ୍ରିତ ହୋଇ ସେମାନଙ୍କ ଦାବି ପୂରଣ ନେଇ ଆନ୍ଦୋଳନ କରିଥିଲେ। ଜିଲା ସ୍ତରୀୟ ରାଜସ୍ୱ ଅମଲାଙ୍କ ମୂଳ ଦରମା ଓଆରଏସ ପି-୨୦୧୭ ନିୟମ ଅନୁଯାୟୀ ଲେବେଲ ୯ କୁ ବୃଦ୍ଧି କରିବା,ଜିଲାପାଳଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଲାଗୁ କରିବା,୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁର୍ନର ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ନିୟମାବଳୀ ଲାଗୁ କରିବା,ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯିବା, ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ସାମିଲ କରିବା ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସଂଘ ଦାବି କରିଛି। ଏନେଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ସନ୍ତୋଷ ମହାରଣା ପ୍ରକାଶ କରିଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button