DIstrictHealthNationOdishaPolitics

ଗାଲେରୀରେ ସ୍ବାସ୍ଥ୍ୟ ସଚେତନତା ଶିବିର

ଭଞ୍ଜନଗର,୦୮/୦୭ : ଭଞ୍ଜନଗର ବ୍ଳକ ଅଧୀନ ଗାଲେରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସରପଞ୍ଚ ସୁମିତ୍ରା ଗୌଡଙ୍କ ସଭାପତିତ୍ବରେ ଏହି ଶିବିରରେ ଡେଙ୍ଗୁ,ମ୍ୟଲେରିଆ,ଡାଇରିଆ ଓ ଟିବି ସଂର୍ପକରେ ଲୋକଙ୍କୁ ସଚେତନତା କରାଯାଇଥିଲା।

ସଂପ୍ରତି ବର୍ଷା ଲାଗି ରହିଥିବା ବେଳେ ମଶାଙ୍କ ପାର୍ଦୁଭାବ ବଢିଛି। ତେଣୁ ଶୋଇବା ସମୟରେ ମଶାରୀ ବ୍ୟବହାର ସହ ସ୍ବଚ୍ଛ ଓ ଉଷୁମ ପାଣି ପିଇବା ସହ ସ୍ବାସ୍ଥପୋଯୋଗୀ ଖାଦ୍ୟ ଗ୍ରହଣ କରିବା ଦ୍ବାରା ଡେଙ୍ଗୁ,ମ୍ୟଲେରିଆ ସହ ଡାଇରିଆ ଠାରୁ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖି ପାରିବା ସେ ସଂର୍ପକରେ ସଚେତନ କରାଯାଇଥିଲା। ଏଥିସହ ଟିବି ସୁପରଭାଇଜର ବେଦବ୍ରତ ପରିଡା ଯକ୍ଷ୍ମା ନିରାକରଣ ସଂର୍ପକରେ କହିଥିଲେ। ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା,ନାଏବ ସରପଞ୍ଚ ସୁମିତ୍ରା ସେଠୀ,ୱାର୍ଡ ମେମ୍ବର ଭାରତୀ ନାୟକ,ବୀରସେନ ‌ତ୍ରିପାଠୀ,ଏସ୍ଏସ୍‌ଜି ସଭାପତି ସ୍ବର୍ଣ୍ଣଲତା ବିଷୋୟୀ ଉପସ୍ଥିତ ଥିବା ବେଳେ ଏଥିରେ ସ୍ବାସ୍ଥ୍ୟକର୍ମୀ ମୀନତୀ ସାହୁ,ମାମିନୀ କହଁର ଲୋକଙ୍କୁ ସଚେତନ କରିଥିଲେ। ଏଥିରେ ଅଙ୍ଗନବାଡି କର୍ମୀ,ଆଶାକର୍ମୀ ପ୍ରମୁଖ ସାମିଲ ହୋଇଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button