
ର।ୟଗଡ଼ା, ୦୮/୦୭: ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଲେନି ଜିଲ୍ଲାପାଳ ସେଥୁପାଇଁ ସରକାରଙ୍କୁ ଗୁହାରୀ କଲେ କି ଛି ଦିବ୍ୟାଙ୍ଗ ।ଆଜି ରାୟଗଡ଼ା। ଜିଲ୍ଲାରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲାପାଳଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ । ସୂଚନା ମୁତାବକ ଦିବ୍ୟାଙ୍ଗ ଙ୍କୁ ଆତ୍ମନିର୍ଭରଶୀଳ କରିବା ନେଇ ସରକାର ଅନେକ ଯୋଜନା କରିଛନ୍ତି । କି ନ୍ତୁ ତୃ ଣମୂଳ ସ୍ମର ରେ ସଫଳତା ହୋଇଛି ତାହାର ବାସ୍ତବ ଚିତ୍ର ଆଜିର ଏହି ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିବା କିଛି ଦିବ୍ୟାଙ୍ଗ ଭାଇ ବଖାଣିଛନ୍ତି । ସୁଚନା ମୁତାବକ ରାୟଗଡ଼ା ଜିଲ୍ଲା ରାୟଗଡ଼ ବ୍ଲକ ଗୁମ୍ମା କେତେ ପଂଚାୟତରୁ ୪ ରୁ ୫ ଜଣ ଦିବ୍ୟାଙ୍ଗ ନିଜର ମୌଳିକ ସୁବିଧା
ତଥା ସରକାରଙ୍କ ଯୋଜନା ରେ ସାମିଲ କରିବାକୁ ଡ଼େଇ ଜିଲ୍ଲାପାଳଙ୍କ ଏହି ଶୁଣାଣୀ କାର୍ଯ୍ୟକ୍ରମକୁ ଆସି ଜଣାଇଥିଲେ କିନ୍ତୁ ଜିଲ୍ଲାପାଳ ତାଙ୍କର ଦୁଃଖ ଶୁଣିନଥିବା କହିଛନ୍ତି ଉକ୍ତ ଦିବ୍ୟାଙ୍ଗ ଭାଇ ମାନେ । ଏ ନେଇ କହିଛନ୍ତି ଯେ ତାଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ ଘରଢିଅ ପଟ୍ଟା ପ୍ରଦାନ ସହ ଅନ୍ତଦୌୟ ଖାଉଟି ଯୋଜନାରେ ରେ ସାମିଲ୍ କରିବାକୁ ବାରମ୍ବାର ଗୁହାରି କରିଆସୁଥିବା ବେଳେ ତାଙ୍କର କଥାକୁ କେହି ଶୁଣିନଥିବା କହିଛନ୍ତି । ଉକ୍ତ ଦିବ୍ୟାଙ୍ଗ ଭାଇ ମାନେ । । ଏ ଏହାସହ କହିଛନ୍ତି ଜିଲ୍ଲାପାଳ ତ ତ ଶୁଣିଲେନି ସରକାର ଆମ ଗୁହାରୀ ଶୁଣି ଆମକୁ ସରକାରୀ ସୁବିଧା ପ୍ରଦାନ କରିବାକୁ ନିବେଦନ ଦନ କରୁଛୁ ବୋଲି କହିଛନ୍ତି । ସୂଚନା ମୁତାବକ ଜିଲ୍ଲାରେ ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲା ବିକଳାଙ୍ଗ ମହାସଂଘର ସଭାପତି ରାକେଶ ହିମିରିକା । ଏବଂ ଏହି ଘଟଣାକୁ ନେଇ ସରକାର ସମାଧାନର ବାଟ କାଢ଼ିଲେ ଦିବ୍ୟାଙ୍ଗ ଭାଇ ଭଉଣିମାନେ ଉପକୃତ ହେବେ ବୋଲି କହିଛନ୍ତି ।